ବାଲି ବୋଝେଇ ଡମ୍ପର ପଛରୁ ଧକାଦେଲା ବରଯାତ୍ରୀ ବୋଲେରୋ, ୭ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ମଡ଼ର୍ଣ୍ଣ ହୋଟେଲ ନିକଟରେ ଆଜି ଭୋର ସମୟରେ ଏକ ବୋଲେରୋ ବାଲି ବୋଝେଇ ଡମ୍ପର ପଛରୁ ଧକା ଦେବା ଫଳରେ ସାତଜଣ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି |

ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।ସୂଚନା ଅନୁସାରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାରଦୀପା ଗ୍ରାମର ୯ ଜଣ ବରଯାତ୍ରୀଙ୍କୁ ନେଇ ଏକ ବଲୋରୋ କଟକରୁ ବାଲେଶ୍ୱର ପାରଦୀପା ଗ୍ରାମକୁ ଫେରୁଥିବା ବେଳେ ୧୬ନଂ ଜାତୀୟ ରାଜପଥ ଦହିସଢା ନିକଟରେ ଏକ ବାଲି ବୋଝେଇ ଡମ୍ପର ରାସ୍ତା ଉପରେ ଛିଡା ହୋଇଥିବା ବେଳେ ବୋଲେରୋଟି ଡମ୍ପର ପଛରୁ ଧକା ଦେଇଥିଲା। ଫଳରେ ବୋଲେରୋରେ ଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଟିକୁ ଜବତ କରି ଥାନାକୁ ଆଣିଛନ୍ତି। ଗୁରୁତର ଆହତ ମାନେ ହେଲେ ପାରଦୀପା ଗ୍ରାମର ପ୍ରଭାତ କୁମାର ପାତ୍ର, ପ୍ରହଲ୍ଲାଦ ମନ୍ତ୍ରୀ, ଧୀରେନ୍ଦ୍ର କୁମାର ପାତ୍ର, ଖନ୍ତାପଡ଼ା ଅଞ୍ଚଳର ସୁମନ୍ତ ମହାଳିଜ, ଶୁଭମ ମହାଳିକ ସୋମନାଥପୁର ଗ୍ରାମର ମଣିଭଦ୍ର ଦାସ।

Leave A Reply

Your email address will not be published.