ହାଇୱା ଧକ୍କାରେ ବୃଦ୍ଧ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ହେସାବେଡ଼ା ଛକ ନିକଟରେ ରାସ୍ତା ପାର୍ ହେଉଥିବା ବେଳେ ହାଇୱା ଧକ୍କାରେ ବୃଦ୍ଧ ମୃତ । ମୃତକ ସ୍ଥାନୀୟ ଅଞ୍ଚଳର ଗୁରା ଚାମ୍ପିୟା ।

କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କର ରାସ୍ତା ଅବରୋଧ । ଘଟଣାସ୍ଥଳରେ ପହଞ୍ଚିଲା ବାମେବାରୀ ପୋଲିସ । ସୂଚନା ଅନୁଯାୟୀ, ଆଜି ଗୁରା ଚାମ୍ପିୟା ରାସ୍ତା ପାର୍ ହେଉଥିବା ବେଳେ, ଦ୍ରୁତଗତିରେ ଆସୁଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଉତ୍ୟକ୍ତ ଲୋକେ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବା ବେଳେ ଖବର ନେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.