ଜଳେଶ୍ବର ବ୍ଲକ ପରିସରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ପରିସରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆଭାସି ପ୍ରସାରଣ ସହ ଉତ୍କଳ ସଙ୍ଗୀତ ଗାନ କରାଯାଇଛି।

ଓଡ଼ିଆଭାଷା ସମ୍ମିଳନୀ ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଦିନ ଏଗାରଟା ସମୟରେ ଉଦଘାଟନ କରିଥିବା ବେଳେ, ଉକ୍ତ ଉଦଘାଟନ ର ସିଧା ଆଭାସି ପ୍ରସାରଣ ଓଡ଼ିଶା ର ସମସ୍ତ ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ପ୍ରଦର୍ଶିତ ହେବା ସହିତ ଉତ୍କଳ ସଙ୍ଗୀତ ଗାନ କରାଯାଇଛି। ଏହି ଅବସରରେ ଜଳେଶ୍ବର ବ୍ଲକ ରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆଭାସି ପ୍ରସାରଣ ସହ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା।

ବିଡିଓ ପୁନମ ରାଉତ ଙ୍କ ଅଧ୍ୟକ୍ଷତା ରେ ଚେୟାରମେନ ମାନସ କୁମାର ଜେନା, ଏବିଇଓ ଅଜୟ କୁମାର ଜେନା, ଏବିଡିଓ ମାୟାଧର ମଲ୍ଲିକ, ଏମବିକେ,ଏସ ଏଚ ଜି ଗୃପ ମହିଳାମାନେ ଉପସ୍ଥିତ ରହି ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିସହିତ ବ୍ଲକ ର ଚାରିଜଣ ସାହିତ୍ୟିକ ଙ୍କୁ ପୁରସ୍କୃତ କରାଯାଇଛି।

Leave A Reply

Your email address will not be published.