ଲକ୍ଷ୍ମୀପ୍ରିୟା ମାଧ୍ୟମିକ ବିଦ୍ୟାଳୟରେ ନୂଆ – ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ଲକ୍ଷ୍ମୀପ୍ରିୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା କାର୍ଯକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଦୀପ୍ତା ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସୁ ସାହିତ୍ୟିକ ତଥା ଫକୀର ମୋହନ ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶ ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳୀପଦ ପଣ୍ଡା ଯୋଗ ଦେଇ ବକ୍ତବ୍ୟ ରଖିଥିଲ।କାର୍ଯକ୍ରମ ପ୍ରାରମ୍ଭରେ ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ବେଦ ପାଠ ଓ ମଞ୍ଚ ଆହ୍ଵାନ କରିଥିବା ବେଳେ ଅଧ୍ୟାପକ ବରେନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ସହିତ ନୃତ୍ୟ ମାଧ୍ୟମରେ ଜଗନ୍ନାଥଙ୍କ ବାର ବେଶ ପରିବେଷଣ କରାଯାଇଥିଲା।

ଏଥି ସହିତ ବକ୍ତୃତା, ସାଧାରଣ ଜ୍ଞାନ, କବିତା, ବ୍ୟାକରଣ, ରଚନା, ଅଭିନୟ, ନାଚ, ଗୀତ ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରଯାଇଥିଲା। ଅଧ୍ୟାପକ ଉତ୍ତମ ମାହାନା, ବରେନ୍ଦ୍ର ବେହେରା ଓ ଅନ୍ୟ ଅଧ୍ୟାପକ ଓ କର୍ମଚାରୀ ମାନେ ଉଦଯାପନୀ ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥଲେ।

Leave A Reply

Your email address will not be published.