ଝୋଟ କ୍ରୟ ଦାବିରେ ଚାଷୀ ଧାରଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ଉଚିତ ମୂଲ୍ୟରେ ଝୋଟ କ୍ରୟ ଦାବିରେ ଆଜି ଅପରାହ୍ନ ଠାରୁ ବ୍ଲକର ଝୋଟ ଚାଷୀ ମାନେ ବ୍ଲକ ସମୁଖରେ ଧାରଣା ରେ ବସିଛନ୍ତି।

ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ରେ ଥିବା ଝୋଟ ସମବାୟ ସମିତି ଦୀର୍ଘ ଦିନ ବନ୍ଦ ଥିବାରୁ ଚାଷୀ ଏବେ ହନ୍ତ ସନ୍ତ । ଚାଷୀ ବହୁ ଅର୍ଥ ଖର୍ଚ୍ଚ କରି ଝୋଟ ଚାଷ ଅମଳ ପରେ ଝୋଟ ବିକ୍ରୟ କରିପାରୁ ନଥିବରୁ ଘର ଆଗରେ ଖରା ବର୍ଷାର ଝୋଟ ପଡି ନଷ୍ଟ ହେଉଛି।ମାଛ ଶାଗ ଦରରେ ଦଲାଲ ମନେ ଝୋଟ କଣି ମଲେମାଲ ହେଉଥିବା ବେଳେ ଚାଷୀର ଆର୍ଥିକ ମାନ ଦଣ୍ଡ ଦୁର୍ବଳ ହେବାରେ ଲାଗିଛି।

ଉଚିତ ମୂଲ୍ୟରେ ସରକାର ଖୁବ ଶୀଘ୍ର ଝୋଟ କ୍ରୟ ନକଲେ ଚାଷୀ ମନେ ରାଜ ରାସ୍ତାକୁ ଉହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.