ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀ ଦାଶ ଉପସ୍ଥିତ ରହିଥିଲେ |  ପଞ୍ଚାୟତ ସମିତି ଅଧ୍ୟକ୍ଷା ଅମ୍ବିକା କାଡାରାକା ଯୋଗ ଦେଇଥିଲେ | ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜାକା କ ଜୋନର ଜିଲ୍ଲାପରିଷଦ ସଦସ୍ୟ ଭି ପ୍ରସାଦ ରାଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବନମାଳୀ କାଡାରାକା ସିଙ୍ଗାରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନାଳା ପେରିସିକା ଜିଲ୍ଲା |

କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛା ସ୍ଥାନୀୟ ବରିଷ୍ଠ ସମାଜ ସେବୀ ଚନ୍ଦନ ଗୈଢବିସି ଅତିଥି ଭାବେ ମଞ୍ଚାସିନସ ରହିଥିଲେ | ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ ସରକାରଙ୍କ 15,ଗୋଟି ଯୋଜନା ଉପରେ ଲୋକମାନଙ୍କୁ ଲୋକ କଳା ମାଧ୍ୟମରେ ବୁଝେଇ ଥିଲେ |

Leave A Reply

Your email address will not be published.