ରାଜ୍ୟରେ ବନ୍ଦ ହେବ ବିଏସକେୱାଇ, ଲାଗୁ ହେବ ଆୟୁଷ୍ମାନ ଯୋଜନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଓ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁସାରେ ଆସନ୍ତା ୧୦ରେ ହିଁ ଓଡ଼ିଶାରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ହେଲେ କିଏ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବେ ତାହା ଦଳର ପାର୍ଲିଆମେଣ୍ଟାରି ‌ବୋର୍ଡ ନିଷ୍ପତ୍ତି ନେବେ।

ଦିନେ ଦୁଇ ଦିନ ଭିତରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା । ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ । ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଆମେ ଲଢ଼ିଥିଲୁ  । ଏହାସହ ସେ କହିଛନ୍ତି , ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ଯୋଜନା , ଲାଗୁ ହେବ କେନ୍ଦ୍ରର ଆୟୁଷ୍ମାନ ଯୋଜନା । ବିଏସକେୱାଇ ଯୋଜନାରେ ଲୋକଙ୍କ ପାଇଁ ଅଳ୍ପ ସୁବିଧା ଥିଲା ହେଲେ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ମନମୋହନ ।

ବିଏସକେୱାଇ ଯୋଜନାରେ ଲୋକଙ୍କ ପାଇଁ ଅଳ୍ପ ସୁବିଧା ସୁଯୋଗ ଥିଲା ହେଲେ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରାଯିବ। ଏହାସହ ରତ୍ନ ଭଣ୍ଡାର ଖୋଲାଯିବ। ଏହାର ଅନୁଧ୍ୟାନ କରାଯାଇ ରିପୋର୍ଟ ସାର୍ବଜନୀନ କରାଯିବ।

Leave A Reply

Your email address will not be published.