ଓଡ଼ିଆ ନ୍ୟୁଜ୍: ଚଳିତ ମାସ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଯାବତ୍ ସୁଭଦ୍ରାରେ ପୁଣି ୧୭ ହଜାର ମହିଳା ସାମିଲ୍ ହୋଇଛନ୍ତି। ଅପ୍ଟ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣିଥରେ ମିଶିଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ଭିତରେ ୩୧ ହଜାର ମହିଳା ଅପ୍ଟ ଆଉଟ୍ ହୋଇଥିଲେ। ସେଥିରୁ ପୁଣି ୧୭ ହଜାର ମହିଳା ମିଶିଛନ୍ତି।
ବାକି ୧୪ ହଜାର ମହିଳା ଅପ୍ଟ ଇନ୍ ନ କରିପାରନ୍ତି। ବୋଧହୁଏ ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି। ତେଣୁ ଅପ୍ଟ ଇନ୍ କରିନାହାଁନ୍ତି। ସେହିପରି ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳା କେୱାଇସି ଅପ୍ଡେଟ୍ କରିନାହାନ୍ତି। ତେଣୁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପ୍ଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା।