୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

0

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୩୪ ତମ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବସିଥିବା ବୈଠକ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର।ପ୍ରେସମିଟ୍‌ରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁରରେ ହେବ ୱାର୍ଲ୍ଡ ସ୍କିଲ୍ ସେଣ୍ଟର।

ବୈଠକରେ ଶିଳ୍ପ ବିଭାଗ, ଗୃହ (ସ୍ୱରାଷ୍ଟ୍ର) ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ବ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି, ଏହିପରି ମୋଟ ୧୧ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଗତ କରାଯାଇଛି।

Leave A Reply

Your email address will not be published.