କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ: ରିଜିଜୁଙ୍କ ଠୁ ନିଆଯାଇ ମେଘୱାଲ୍‌ଙ୍କୁ ଦିଆଗଲା ଆଇନ୍‌ ମନ୍ତ୍ରାଳୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହୋଇଛି ଏକ ଛୋଟ ଅଦଳବଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍‌ଙ୍କୁ ନୂଆ ଆଇନ୍‌ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ପୂର୍ବରୁ ଆଇନ ମନ୍ତ୍ରାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁଙ୍କୁ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ପ୍ରଦାନ କରାଯାଇଛି। ଏବେ ଅଜୁର୍ନ ରାମ ମେଘୱାଲ ତାଙ୍କର ପୂର୍ବ ଦାୟିତ୍ବ ସହ ଆଇନ ମନ୍ତ୍ରାଳୟର  ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ । ଅର୍ଜୁନ ରାମ ମେଘୱାଲ ପୂର୍ବରୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ । ସେ ୨୦୦୯ ମସିହାରେ ପ୍ରଥମ କରି ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୩ ମସିହାରେ ତାଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ପୂର୍ବରୁ ଆଇନ ମନ୍ତ୍ରାଳୟ ସମ୍ଭାଳୁଥିବା କିରଣ ରିଜିଜୁ ୨୦୧୯ ମସିହାରେ ଯୁବ ବ୍ୟାପାର ଏବଂ କ୍ରୀଡ଼‌ା ମନ୍ତ୍ରୀ ବନିଥିଲେ ।

Leave A Reply

Your email address will not be published.