ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବାରିପଦା ଗସ୍ତରେ ଆସି ଛଉ ପଡିଆରେ ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା କରିଛନ୍ତି। ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ଜୟ ଜଗନ୍ନାଥଙ୍କୁ ପ୍ରଣାମ କରି ଓଡିଆରେ ଭାଷଣ ଆରମ୍ଭ କରିଥିଲେ।ମୟୂରଭଞ୍ଜର ପ୍ରତିଷ୍ଠିତ ଦେବୀ ମା’ କୀଚକେଶ୍ୱରଙ୍କୁ କୋଟି କୋଟି ପ୍ରଣାମ କରିବା ପରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମନେ ପକାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ତୃତୀୟ ଥର କେନ୍ଦ୍ରରେ ମୋଦି ସରକାର ଗଠନ ହେବା ନେଇ ନିଶ୍ଚିତ ହୋଇସାରିଛି। ୫୦ବର୍ଷରେ ଯେଉଁ ବିକାଶ ଦେଶ ଦେଖିନଥଲା ତାହା ମୋଦି ସରକାରର ୧୦ବର୍ଷ ମଧ୍ୟରେ ସାକାର କରିପାରିଛି। ଆଗାମୀ ୫ବର୍ଷରେ ଦୁନିଆର ୩ୟ ଆର୍ଥିକ ସ୍ଥିତି ହେବାକୁ ଯାଉଛି। ଆତ୍ମ ନିର୍ଭର ଭାରତ, ସୁନ୍ଦର ହାଇୱେ, ଏକ୍ସପ୍ରେସ ୱେ ଓ ରେଲୱେର ବିକାଶ ସମ୍ପୂର୍ଣ୍ଣ ହେବ। ରାଜ୍ୟରେ ଭାଜପା ସରକାର ଗଠନ କରିବ ବୋଲି ସେ କହିଥିଲେ। ଓଡିଶାର ଲୋକ ଚାହାନ୍ତି ମୋଦି ଗ୍ୟାରେଂଟି। ମୟୂରଭଞ୍ଜର ମାଟି ନାରୀ ସଶକ୍ତିକରଣର ମାଟି ଅଟେ।
ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜର ଜୟ ଜୟକାର କରୁଥିବାର କାରଣ ଥିଲା ଜିଲାରେ ମା’ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣୁଥିଲେ। ମାତ୍ର ଆଜି ମୟୂରଭଞ୍ଜର ବେଟି ଦେଶର ୧୪୦କୋଟି ଲୋକଙ୍କ ନେତୃତ୍ୱ କରୁଛନ୍ତି। ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ତିନି ସେନାର କମାଣ୍ଡ କରୁଛନ୍ତି। ଏହା ମୟୂରଭଞ୍ଜ, ଓଡିଶା ଓ ପୁରା ଦେଶରେ ନାରୀ ଶକ୍ତି ପାଇଁ ଗୌରବ ବିଷୟ ହୋଇପାରିଛି। ଭାଜପା ସରକାର ଆଦିବାସୀ ଗୌରବ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ଭାଜପା ସରକାରଙ୍କ ଦ୍ୱାରା ସାନ୍ତାଳୀ ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରିଛନ୍ତି। ଭଗବାନ ବିର୍ଷାମୁଣ୍ଡା ଗ୍ରାମକୁ ଯାଇ ଗାଁ ମାଟିକୁ ମୁଣ୍ଡ ନୁଆଁଇ ଥିବା ପ୍ରଥମ ପ୍ରଧାନମନ୍ତ୍ରୀ ମୋଦି ଥିଲେ ବୋଲି କହିଥିଲେ। ବିର୍ଷାମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଘୋଷିତ କରିଛନ୍ତି। ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ବଜେଟରେ ୫ଗୁଣା ବୃଦ୍ଧି କରିଛନ୍ତି। ତିନି କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ନିଷ୍ପତି ନେଇଛନ୍ତି। ବିଜୁଳି ବିଲ୍ ଜିରୋ ହେବା ସହିତ ବିଜୁଳି ବିକ୍ରି କରି ରୋଜଗାରକ୍ଷମ ହୋଇପାରିବେ ବୋଲି କହିଛନ୍ତି। ଓଡ଼ିଶାରୁ ଲୁଟ ହୋଇଥିବା ସମ୍ପତିକୁ ମୋଦି ଗୋଟି ଗୋଟି କରି ପ୍ରଧାନମନ୍ତ୍ରୀ ଫେରସ୍ତ ଆଣିବେ। ଯିଏ ଜନତାକୁ ଲୁଟ କରିଛି ତାହାକୁ ଫେରାଇବାକୁ ପଡିବ ବୋଲି କହିଥିଲେ। ଲୁଟ କରିଥିବା ବ୍ୟକ୍ତି ଆଜୀବନ ଜେଲଦଣ୍ଡ ଭୋଗିବ ବୋଲି କଡା ପଦକ୍ଷେପ ନେବ ବୋଲି କହିଥିଲେ। ବିଜେଡି ସରକାର ଯାହା ଲୁଚାଇବାକୁ ଚାହୁଁଛି ତାହାକୁ ଭାଜପା ସରକାର ଓଡିଶାବାସୀକୁ ଜଣାଇବେ ବୋଲି କହିଥିଲେ।
ବିଗତ ଏକବର୍ଷ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ବିଗିଡି ଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ କେହି କୌଣସି ଷଡଯନ୍ତ୍ର ହୋଇଛି ବୋଲି ସନ୍ଦେହ କରିଛନ୍ତି। ନବୀନ ବାବୁଙ୍କ ନାମ ନେଇ ପରଦା ପଛରେ ରହି ଓଡିଶାର ସତା ଭୋଗୁଥିବା ରହସ୍ୟ ଉନ୍ମୋଚନ ହେବା ଉଚିତ ବୋଲି କହିଛନ୍ତି। ୧୦ଜୁନରେ ଭାଜପା ସରକାର ହେବା ପରେ ଏକ ୧୦ଜଣିଆ କମିଟି ଗଠନ କରି ଏହାର ତଦନ୍ତ କରାଯିବ ବୋଲି କହିଥିଲେ। ବାଦାମପାହାଡ ଅଂଚଳରେ ଶହେ ବର୍ଷ ପରେ ରେଳଗାଡି ଚଳାଚଳ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ କାମ କରିବାକୁ ନିବେଦନ କରିଛନ୍ତି। ଗାଁ ଗଣ୍ଡାରେ ଥିବା ପୂଜାସ୍ଥଳୀ ଓ ତୀର୍ଥସ୍ଥଳକୁ ଯାଇ ମୋଦିଙ୍କ ତରଫରୁ ପରମାତ୍ମାଙ୍କ ସମ୍ମୁଖରେ ମୁଣ୍ଡ ନୁଆଇଁବାକୁ ନିବେଦନ କରିଛନ୍ତି। ଅଖଣ୍ଡ ଭାରତ ନିର୍ମାଣ କରିବା ପାଇଁ ପରମାତ୍ମାଙ୍କ ଠାରୁ ଆଶିର୍ବାଦ ନେବାକୁ ନିବେଦନ କରିଥିଲେ। ଉକ୍ତ ସଭାରେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ, ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ, ଉଦଳା ପ୍ରାର୍ଥୀ ଭାସ୍କର ମଢେଇ, ମୋରଡା ପ୍ରାର୍ଥୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ଯଶିପୁର ପ୍ରାଥିନୀ ସଞ୍ଜଳୀ ମୁମୁ, ସାରସକଣା ପ୍ରାର୍ଥୀ ଭାଦବ ହାଁସଦାଃ, ରାଇରଙ୍ଗପୁର ପ୍ରାର୍ଥୀ ଜୋଲେନ ନାଏକ ଓ ଯଶିପୁର ପ୍ରାର୍ଥୀ ଗଣେଶ ରାମସିଂ ଖୁଂଟିଆଙ୍କୁ ବିଜୟୀ କରିବା ପାଇଁ ଆର୍ଶିବାଦ ଲୋଡିଥିଲେ।