ଗାଡ଼ି ନମ୍ବର ପରି ବାଛିପାରିବେ କି ଆଧାର ନମ୍ବର? ଜାଣନ୍ତୁ UIDAI ଜବାବ୍

0

ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଜିର ସମୟରେ ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଘର କିଣିବା ଓ ଗାଡ଼ି କିଣିବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଜରୁରୀ । ଏଥିପାଇଁ ଆଧାର ସହିତ ଜଡ଼ିତ ସମସ୍ତ ନିୟମକୁ ନେଇ ଅପଡେଟ ରହିବା ଆବଶ୍ୟକ ।

ଏହାରି ମଧ୍ୟରେ ଏକ ନୂଆ ମାମଲା ସାମ୍ନାକୁ ଆସିଛି କି, କ’ଣ ଗାଡ଼ି ନମ୍ବର ପରି ଆଧାର କାର୍ଡର ନମ୍ବରକୁ ନିଜ ଇଛାରେ ବାଛିପାରିବା ? ଜଣେ ବ୍ୟବସାୟୀଙ୍କୁ ନୂଆ ଆଧାର ନମ୍ବର ଜାରି କରିବାର ଆବେଦନକୁ ଦିଲ୍ଲୀ ହାଇକୋର୍ଟରେ ବିରୋଧ କରିଛି UIDAI । ଏହା ସହ କହିଛି ଯେ, ଏପରି ଅନୁରୋଧ ଲୋକଙ୍କ ଦ୍ୱାରା ନିଜ ମନ ପସନ୍ଦର ଗାଡ଼ି ପଞ୍ଜିକରଣ ନମ୍ବର ମାଗୁଥିବା ଭଳି ହେବ ।

ୟୁଆଇଡିଏଆଇ ପକ୍ଷରୁ ଓକିଲ ଜୁହୁବ ହସନ ଜଷ୍ଟିସ ରେଖା ପଲ୍ଲୀଙ୍କ ଆଗରେ କହିଛନ୍ତି ଯେ, ଏହା ଏକ କାର ପାଇଁ ଫ୍ୟାନ୍ସି ନମ୍ବର ପ୍ଲେଟର ଚାହିଦା ପରି ହେବ । ଆଧାର କାର୍ଡଧାରୀଙ୍କୁ ସୁରକ୍ଷାର ଅନେକ ସ୍ତର ପ୍ରଦାନ କରୁଛି । ଯଦି ଏହି ଆବେଦନକୁ ଗ୍ରହଣ କରାଯାଏ, ତେବେ ବହୁ ସଂଖ୍ୟାରେ ଲୋକମାନେ ଆଧାର ନମ୍ବର ପରିବର୍ତ୍ତନ କରିବାକୁ ଦାବି କରିବେ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀରେ ହେବ ।

Leave A Reply

Your email address will not be published.