ଲେପ୍ରାସୋସାଇଟି ଏବଂ ତିରିଂ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଯତ୍ନ ଶିବିର ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର  ଲେପ୍ରାସୋସାଇଟି ଏବଂ ତିରିଂ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ, ଭଲଗାଡ଼ିଆ PHC ପରିସରରେ 8ଜଣ ଫାଇଲେରି (ଗୋଦର ଗୋଡ )ଏବଂ 03 ଜଣ କୁଷ୍ଠ ରୋଗ ରେ ଆକ୍ରାନ୍ତ ଭିନ୍ନ କ୍ଷମ ବ୍ୟକ୍ତିଙ୍କୁ ନେଇ ଏକ ସଯତ୍ନ ଶିବିର ଅନୁଷ୍ଠିତ ହୋଇଯାଇଛି |

ଏହି ଶିବିରରେ ବଧିର, ହାତ ପାଦ ଏବଂ ଗୋଦର ଗୋଡ଼ର କିପରି ସ୍ୱଯତ୍ନ କରିବେ ସେଇ ବିଷୟରେ ଲେପ୍ରା ସୋସାଇଟି ର କର୍ମୀ, ଦୀପକ କୁମାର ପାତ୍ର,ଡୁମୁଣୀ ମଣି ମାରାଣ୍ଡି, ସ୍ୱ ଯତ୍ନ ବିଷୟରେ ଶିକ୍ଷା ଦେଇଥିଲେ | ଏନେଇ ଶିବିରରେ, ଭଲଗାଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବେରା, ଉପସ୍ଥିତ ରହି ମାଗଣାରେ MCR ଚପଲ, କୀଟ୍ସ ବଣ୍ଟନ କରିଥିଲେ ଏବଂ ଆଶା କର୍ମୀ, ଅଙ୍ଗନୱାଡ଼ୀ, କର୍ମୀ ସ୍ୱଯତ୍ନ ବିଷୟରେ ଭିନ୍ନ କ୍ଷମ ବ୍ୟକ୍ତି ଙ୍କୁ ସ୍ୱଯତ୍ନ ଶିକ୍ଷା ଦେବା ରେ ସହାୟତା କରିଥିଲେ |

ଏହି ସ୍ୱଯତ୍ନ ଶିବିରରେ MCR ଚପଲ, ସ୍ୱଯତ୍ନ କୀଟ, ମାଗଣା ରେ ବଣ୍ଟନ କରିବା ସହିତ ଲେପ୍ରା ସୋସାଇଟି ର କର୍ମୀ ଙ୍କ ଦ୍ୱାରା ଚପଲ ମାପ ନିୟା ଯାଇଥିଲା | ଶେଷରେ ଲେପ୍ରା ସୋସାଇଟିର ପ୍ରୋଜେକ୍ଟ ଆଶ୍ସୋସିଏଟ, ପ୍ରହଲ୍ଲାଦ ମଙ୍ଗରାଜ ଉପସ୍ଥିତ ରହି କୁଷ୍ଠ ଏବଂ ଫାଇଲେରିଆ, ଲକ୍ଷଣ, କାରଣ ଚିକିତ୍ସା ଉପରେ ସଚେତନ କରାଇ ଭିନ୍ନ କ୍ଷମ ବ୍ୟକ୍ତି ମାନେ ନିଜ ଘରେ ରହି କିପରି ସ୍ୱଯତ୍ନ କରିପାରିବେ ବୁଝାଇ, ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସ୍ୱଯତ୍ନ ଶିବିରକୁ ସଫଳ ରୂପାୟନ କରିଥିଲେ |

Comments are closed.