ଅଗ୍ନିକାଣ୍ଡରେ ଜଳିଗଲା ଦୁଇଟି ଦୋକାନ ଘର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଗ୍ନିକାଣ୍ଡରେ ଜଳିଗଲା ଦୁଇଟି ଦୋକାନ ଘର | ସ୍ଥାନୀୟ ପୋଡା ଅସ୍ତିଆ ଛକ ଠାରେ ଅଗ୍ନିକାଣ୍ଡ ଯୋଗୁଁ ଦୋକାନ ଘର ଜଳିଯାଇଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି।

ରବିବାର ବିଳମ୍ବିତ ରାତିରେ କୋଣସି କାରଣ ପାଇଁ ଦୋକାନରେ ଅଗ୍ନି ସଂଯୋଗ ହୋଇଥିଲା ଯାହା ଫଳରେ ଦୋକାନ ଭିତରେ ଥିବା ଚପଲ ଗୁଡିକ ନିଆଁ ବ୍ୟାପିବା ଜୋରରେ ଜଳିବାରେ ଲାଗିଥିଲା। ଦେଖୁ ଦେଖୁ ଅଗ୍ନିଶିଖା ବ୍ୟାପିବା ସହ ଅଗ୍ନିକାଣ୍ଡ ବଡ଼ ରୂପ ଧାରଣ କରିଥିଲା।

ରାତିରେ ଲୋକେ ଶୋଇଥିବା ବେଳେ ବିଳମ୍ବରେ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବାର ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି।

Leave A Reply

Your email address will not be published.