ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିର ଛାତ୍ର ଆସନ୍ତା କାଲିର ସମାଜ ସଂଗଠକ | ଏଥିପାଇଁ ଛାତ୍ର ସମୟରୁ ନିଜକୁ ଭଲ ମଣିଷ ହେବା ପାଇଁ ଉଚ୍ଚ ଚିନ୍ତା ଧାରାରେ ଗଢ଼ି ତୋଳିବା ଆବଶ୍ୟକ | ଭଲ ପିଲା ହେବା ପାଇଁ, ଭଲ ଶିକ୍ଷାର ଆବଶ୍ୟକ | ଆଉ ଏହି ଶିକ୍ଷା କେବଳ ସ୍କୁଲ ର ବହି ରୁ ମିଳି ନ ଥାଏ | ଏଥିପାଇଁ ସଠିକ୍ ପରାମର୍ଶ ଆବଶ୍ୟକ | ତେବେ ଏହି ପରିପେକ୍ଷୀରେ କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ବିଚାରପତିଙ୍କ ଦ୍ଵାରା ବୃତ୍ତି ପରାମର୍ଶ ଓ ଭଲ ପିଲା ହେବା ପାଇଁ ବିଭିନ୍ନ ଉପଦେଶ ଓ ଉଦାହରଣ ଦିଆଯାଇଛି |
ଛାତ୍ର ଛାତ୍ରୀ ମାନେ ଭଲ ପିଲା ହେଲେ,ଭବିଷ୍ୟତ ରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ | ଏହି ଲକ୍ଷ୍ୟରେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା କେନ୍ଦ୍ରାପଡା ଜିଲ୍ଲା ନବଦୋୟ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଙ୍କ ସହ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ବିଚାରପତି ଏବଂ ଜିଲ୍ଲା ପ୍ରଶାସନର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ସୁମିତ୍ରା ସାହୁ ଙ୍କ ଅଧ୍ୟକ୍ଷତାରେ ଛାତ୍ର ଛାତ୍ରୀ ମାନଙ୍କୁ ବିଚାରପତି ମାନେ ବୃତ୍ତି ପରାମର୍ଶ ଦେଇଥିଲେ |
ବିଦ୍ୟାଳୟ ପରିସର ରେ କେଉଁସବୁ ଅପରାଧ ଘଟିଲେ, କିପରି ସାମ୍ନା କରିବେ, ଏଥିପାଇଁ ଆଇନ କଣ ଅଛି,ସେ ସଂପର୍କରେ ବିଭିନ୍ନ ବିଚାରପତି ମାନେ ନିଜର ଉପଦେଶ ପିଲା ମାନଙ୍କୁ ଦେଇଛନ୍ତି | ସମାଜରେ ଅସାମାଜିକ ଲୋକ ଙ୍କ ସଂଖ୍ୟା ବଢୁଛି | ସେମାନଙ୍କୁ ଭଲ ବାଟକୁ ଆଣିବା ଓ ନିଜେ ଭଲ ମଣିଷ ହେବା ଆବଶ୍ୟକ | ଏଥିପାଇଁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସ୍ତରରୁ ନିଜକୁ ଭଲ ଚିନ୍ତା ଧାରା ରେ ବାନ୍ଧିବା ରଖିବା ଉଚିତ୍ ବୋଲି ଜିଲ୍ଲା ଜଜ୍ ପରାମର୍ଶ ଦେଇଥିଲେ |