ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ଗରା ପୁର୍ ଡାକ ବଙ୍ଗଳା ଠାରେ କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ ଜିଲ୍ଳା ସଭାପତି ମିହିର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଯାତ୍ରା ମାଲିକ ମାନଙ୍କର ପ୍ରତିବର୍ଷ ମନଇଚ୍ଛା ଦର ବୃଦ୍ଧି, ଯାତ୍ରା ପରିବେଷଣ ସମୟରେ ଡିଜେଲ, ଜାଳେଣି କାଠ, କଳାକାର ମାନଙ୍କର ରହିବା ପାଇଁ ମନପସନ୍ଦର ଘର ଇତ୍ୟାଦି ୧୧ ଦଫା ଦାବି ସମ୍ଵନ୍ଧରେ ବିଷଦ ଭାବେ ଆଲୋଚନା କରାଗଲା |
ଉକ୍ତ ଦାବି ଗୁଡିକୁ ଡାକ ଯୋଗେ ପ୍ରତ୍ୟେକ ମାଲିକ ମାନଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ସଭାପତି ସୂଚନା ଦେଇଥିଲେ| ଆସନ୍ତା ଜୁଲାଇ ୨୦୨୫ ମସିହା ଠାରୁ ଜିଲ୍ଳାରେ ଯାତ୍ରା ପରିବେଷଣ ନ କରିବାକୁ ଉପସ୍ଥିତ ୯ ଗୋଟି ବ୍ଳକର ସଭାପତି ଓ ସମ୍ପାଦକ ମାନେ ନିଷ୍ପତି ଗ୍ରହଣ କରିଥିଲେ | ଆଜି ଜିଲ୍ଲା ଓ ବ୍ଳକ କ କିପରି ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ କରାଯିବ | ସେଥିପାଇଁ ଉପବିଧି କୁ ଅନୁମୋଦନ କରାଗଲା |
ଆଜିର ବୈଠକରେ ଜିଲ୍ଲା ସମ୍ପାଦକ ବୈକୁଣ୍ଠନାଥ ପରିଡା, ଉପ ସଭାପତି ମହେଶ୍ବର ସେଠୀ, ସଂଗ୍ରାମ କେଶରୀ ମହାପାତ୍ର, ସହ ସମ୍ପାଦକ ଜ୍ଞାନ ରଞ୍ଜନ ରାୟ, ନିହାର କାନ୍ତ ରାଉତ ଉପଦେଷ୍ଟା ଉପାଧକ୍ଷ ଶ୍ରୀନିବାସ ଓଝା କୋଷାଧକ୍ଷ ଗଣେଶ ପଟ୍ଟନାୟକ, ସଂଯୋଯକ ସମୀର କାନ୍ତ ବାରିକ, ସହ ସଂଯୋଜକ ଦୀପକ କୁମାର ମହାନ୍ତି ଏବଂ ଜିଲ୍ଲାର ସମସ୍ତ ବ୍ଲକ୍ ର ସଭାପତି ସମ୍ପାଦକ ମାନେ ଉପସ୍ଥିତ ଥିଲେ |