ମୋ ବସ୍ ଚଳାଚଳ କରିବାକୁ ଦାବି ଜୋର ଧରିଲା 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  (କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସହରାଞ୍ଚଳରେ ଯାତ୍ରୀ ପରିବହନ ପାଇଁ ‘ମୋ ଵସ୍’ ସେବା କାର୍ୟ୍ୟକାରୀ ହୋଇଛି।ଏହି ପରିପ୍ରେକ୍ଷୀରେ କମିଶନରେଟ କନ୍ଦରପୁର ବଜାରକୁ ୪୨ ମୈ।ଜା ଓ କଟକ ଦେଇ ଧବଳେଶ୍ବର ପୀଠକୁ ‘ ମୋ ବସ୍ ‘ ଚଳାଚଳ କରୁଛି। ଯେଉଁଥିପାଇଁ କନ୍ଦରପୁର ଠାରୁ ଓଏମପି ଛକ ପର୍ୟ୍ୟନ୍ତ ଫକିରପଡା,ଵିରିବାଟି, ଗତିରାଉତପାଟଣା, ବିଦ୍ୟାଧରପୁର, ନୁଆଵଜାର, ଚାଉଳିଆଗଞ୍ଜ ର ଯାତ୍ରୀମାନେ ‘ ମୋ ବସ୍ ‘ ସେବାରୁ ବଞ୍ଚିତ ହେଉଥିଲେ।

ହେଲେ ଗତ ବୁଧବାର ଦିନ କନ୍ଦରପୁର ପାରାଦୀପ ରାଜ୍ୟ ରାଜପଥର ଗଡମା ଠାରୁ ଏହି ବସ୍ ରେ ଯାତ୍ରୀ ପରିବହନ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଗଡମା ଠାରୁ ଆଉ ଅଳ୍ପ କେତେ କିମି ରାସ୍ତାର ଦୂରତାରେ ଥିବା ପ୍ରମୁଖ ରଘୁନାଥପୁର ଵଜାର ଠାରୁ ଉକ୍ତ ବସ୍ ସେବାକୁ ଅଣଦେଖା କରାଯାଇଥିବା ରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି।କାହା ସ୍ୱାର୍ଥରେ ସହରାଞ୍ଚଳ ବାହାରେ ଥିବା ଗଡମା ଠାରୁ ଏହି ବସ୍ ସେବା ଆରମ୍ଭ କରାଯାଇଥିବା ବେଳେ ରଘୁନାଥପୁର କୁ କାହିଁକି ଅଣଦେଖା କରାଯାଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତୁରନ୍ତ କ୍ରୁଟ୍ କତୃପକ୍ଷ ରଘୁନାଥପୁରକୁ ‘ ମୋ ବସ୍’ ସେବା ଯୋଗାଇଦେବାକୁ ସମାଜସେବୀ ସରିତା ମହାପାତ୍ର, ଆଗାମୀ ଓଡ଼ିଶା ସଭାପତି ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱ।ଇଁ, ସାମ୍ବାଦିକ କଲ୍ୟାଣ ସେନ୍, ଚନ୍ଦ୍ରକାନ୍ତ ପଣ୍ଡା, ଜଗତସିଂହପୁର ଜିଲ୍ଲା କୃଷକ ସଂଗଠନ ସଂପାଦକ ଗୋବିନ୍ଦ ଚନ୍ଦ୍ର ଜେନା, ଜଗନ୍ନାଥପୁର ଵଜାର କମିଟି ସଂପାଦକ ପ୍ରଭାକର ଖଟୁଆ ପ୍ରମୁଖ ଦାବି କରିଛନ୍ତି। କ୍ରୁଟ୍ କତୃପକ୍ଷ ଯଦି ଦାବି ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ରଘୁନାଥପୁର ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.