ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ନବୀନ ପଟ୍ଟନାୟକ ସରକାରଙ୍କ ଖାସ୍ ଥିବା କିଛି ଓଏଏସ୍ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର, ମନୋଜ କୁମାର ସ୍ୱାଇଁ ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଆଜି ନୂଆ ନିଯୁକ୍ତି ମିଳିଛି ।

ରାଜ୍ୟରେ ମୋହନ ସରକାର କ୍ଷମତାସୀନ ହେବାପରେ ବିଜେଡିର ଏହି ଖାସ୍ ଅଫିସରମାନଙ୍କୁ ରାଜ୍ୟ ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରିଦିଆଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ଗଙ୍ଗାଧର ନାୟକଙ୍କ ଗତ ଫେବୃୟାରୀ ୧୩ତାରିଖରେ ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବଦଳିକୁ ଆଜି ବାତିଲ କରାଯାଇଛି । ଲାଲା ମନୋଜ କୁମାର ରାୟଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡିଜି ଭାବେ ଦାୟିତ୍ବ ମିଳିଛି, ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ କୃଷକ କଲ୍ୟାଣ, ରବୀନ୍ଦ୍ର କୁମାର ସେଠୀ, ଜେନେରାଲ ମ୍ୟାନେଜର, ଓଡ଼ିଶା ବନ ଉନ୍ନୟନ ନିଗମ, ସେହିପରି, ମନୋଜ କୁମାର ସ୍ୱାଇଁଙ୍କୁ ବିଡିଏର ଯୁଗ୍ମ କମିଶନର ଭାବେ ମିଳିଲା ଦାୟିତ୍ବ ।

ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଏବେ ନୂଆ ଦାୟିତ୍ୱ ମିଳିଲା ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ତ୍ବ ମିଳିଛି । ସେହିପରି ପ୍ରତାପ ଚନ୍ଦ୍ର ହୋତାଙ୍କୁ ସଂସଦୀୟ ବ୍ୟାପାରର ସ୍ୱତନ୍ତ୍ର ସଚିବ, ଏସକେ ଜମିରୁଦ୍ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନର ଅତିରିକ୍ତ ସଚିବ । ମାନସ ରଞ୍ଜନ ପାଢ଼ୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ସେହିଭଳି ସୁରଞ୍ଜନ ପ୍ରଧାନଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଛି ।

Leave A Reply

Your email address will not be published.