କିଏ ହେବେ ଓଡିଶାର ନୂଆ ଡିଜିପି ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଦଳିବେ ଓଡି଼ଶା ଡିଜିପି । ଅରୁଣ କୁମାର ଷଡଙ୍ଗୀଙ୍କ ପରେ କିଏ ହେବେ ରାଜ୍ୟ ପୋଲିସ ମୁଖିଆ ? ତାକୁ ନେଇ ଚର୍ଚ୍ଚା । ଚର୍ଚ୍ଚାରେ ୩ ବରିଷ୍ଠ ଆଇପିଏସ ଅଫିସର । ୩ ବରିଷ୍ଠ IPSଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ଆସିଛି । 1988 ବ୍ୟାଚ୍ IPS ଏ.କେ ରାୟ, 1989 ବ୍ୟାଚ୍ IPS ଏସ୍‌.ଏମ୍‌ ନରୱାଣେ ଓ 1990 ବ୍ୟାଚ୍ IPS ୱାଇ.ବି ଖୁରାନିଆଙ୍କୁ କ୍ୟାରିଅରର ସବିଶେଷ ତଥ୍ୟ ବା ବାୟୋଡାଟା ଦେବାକୁ ଗୃହ ବିଭାଗ ଚିଠି କରିଛି ।

ଏହି ୩ଜଣ ବାୟୋଡାଟା ଦେବା ପରେ ଗୃହ ବିଭାଗ ଡିଜିପି ଚୟନ ନେଇ ଗଠିତ କମିଟିଙ୍କୁ ଏହି ତଥ୍ୟ ପଠାଇବ ବୋଲି ଜଣାପଡିଛି। ତେବେ ଏହି ନିଯୁକ୍ତି ପାଇଁ ରାଜ୍ୟ ସରକାର ୟୁପିଏସସିକୁ ଏକ ବରିଷ୍ଠ ଆଇପିଏସଙ୍କର ତାଲିକା ପଠାଇଥାନ୍ତି। ୟୁପିଏସସି ସେମାନଙ୍କ କ୍ୟାରିୟର ଓ ବିଭିନ୍ନ ଦିଗକୁ ତର୍ଜମା କରି ତିନିଟି ନାଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥାନ୍ତି। ତନ୍ମଧ୍ୟରୁ ଜଣଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥାନ୍ତି ରାଜ୍ୟ ସରକାର। ଓଡିଶା କ୍ୟାଡରର ଆଇପିଏସ ହେଉଛନ୍ତି ୱାଇ.ବି ଖୁରାନିଆ । ସେ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ୧୯୯୦ ବ୍ୟାଚ୍ IPS ୱାଇ.ବି ଖୁରାନିଆଙ୍କୁ ଶୁକ୍ରବାର ଓଡ଼ିଶା ପଠାଇ ଦେଇଛନ୍ତି କେନ୍ଦ୍ର ସରକାର ।

ଖୁରାନିଆ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ଜମ୍ମୁକଶ୍ମୀରରେ ବାରମ୍ବାର ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାର IPS ୱାଇ.ବି ଖୁରାନିଆ ଙ୍କୁ ତାଙ୍କ ମୂଳ କ୍ୟାଡର୍‌ ଓଡିଶାକୁ ପଠାଇ ଦେଇଥିଲେ । ସେ ଓଡ଼ିଶା ଫେରିବା ପରେ ରାଜ୍ୟରେ ଡିଜିପି ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପଦରେ ତାଙ୍କୁ ନିଯୁକ୍ତି ମିଲିବା ନେଇ ଅଧିକ ଚର୍ଚ୍ଚାରେ ରହିଛି ।

Leave A Reply

Your email address will not be published.