କରୋନାକୁ ଜଗିବ ସିସିଟିଭି

0

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗଞ୍ଜମ ଜିଲ୍ଲା ପ୍ରଶାସନ ଏକ ନିଷ୍ପତ୍ତି ଗ୍ରହଣ କରିଛି l ଜିଲ୍ଲାର ପ୍ରବେଶ ପଥ, ପଥଚାରି ମାନଙ୍କୁ ତିକ୍ଷଣ ନଜରରେ ରଖିବା ପାଇଁ ସିସିଟିଭି ଲଗାଯାଇଛି l

ଜିଲ୍ଲାପାଳ ଅମୃତା କଲାଙ୍ଗେ କହିଛନ୍ତି ଯେ ଏହି ସିସିଟିଭି ଲଗାଇବା ଦ୍ଵାରା ଯାନବାହନ ଗୁଡିକୁ ସଠିକ ଭାବରେ ଯାଂଚ କରିହେବ l ସରକାରୀ କର୍ମଚାରୀ ମାନେ ଯେପରି ହେଡ କ୍ୱାଟର ଛାଡି ବାହାରକୁ ନବାହାରିବେ ସେ ନେଇ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l କୌଣସି ଦୋକାନି କିମ୍ବା ଗ୍ରାହକ ବିନା ମାକ୍ସରେ କିଣାବିକା କରୁଥାନ୍ତି ସେନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ l ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି ମାକ୍ସ ବିକ୍ରି କରିପାରିବେ ନାହିଁ l ସେଥିପାଇଁ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି l

Leave A Reply

Your email address will not be published.