ଭାରତରେ ପ୍ରଥମକରି ଜଣେ ଡାକ୍ତରଙ୍କ କରୋନା ଜନିତ ମୃତ୍ୟୁ

0

ଭାରତରେ ପ୍ରଥମକରି ଜଣେ ଡାକ୍ତରଙ୍କ କରୋନା ଜନିତ ମୃତ୍ୟୁ ଘଟିଛି l ମଧ୍ଯ ପ୍ରଦେଶର ଇନ୍ଦୋର ଠାରେ ଡାକ୍ତରଙ୍କ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା l ଡାକ୍ତର ଜଣକ କିଛି ଦିନ ହେବ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଥିଲେ l କାଲି ଭୋର୍ 4ଟାରେ ତାଙ୍କର ମୃତ୍ୟୁ ହୋଇଥିଲା l ସେ ଏକ ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ l କିନ୍ତୁ ଡାକ୍ତର ଜଣକ କୌଣସି କରୋନା ରୋଗୀଙ୍କୁ ଚିକିତ୍ସା କରୁନଥିଲେ l ସେ ଚିକିତ୍ସା ସମୟରେ କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି l

Leave A Reply

Your email address will not be published.