କରୋନା ଭାଇରସକୁ ନେଇ ଚୀନ୍ – ଆମେରିକା ମୁଁହାମୁଁହିଁ

0

କରୋନା ଭାଇରସ୍ ସାରା ବିଶ୍ୱର ଚିତ୍ରକୁ ବଦଳାଇ ଦେବାରେ ଲାଗିଛି l ବିଶ୍ୱର ପ୍ରାୟ 200 ଦେଶ ଏଥିପାଇଁ ସଂକ୍ରମିତ l ଏହାରି ଭିତରେ ଦେଖିବାକୁ ମିଳିଛି ଚୀନ ଓ ଆମେରିକା ମଧ୍ୟରେ ମୁଁହାମୁଁହିଁ ପରିସ୍ଥିତି l ଏହି ପରିସ୍ଥିତି ଭିତରେ ଗତକାଲି ମିଳିତ ଜାତିସଂଘ ସୁରକ୍ଷା ପରିଷଦ କରୋନା ମୁକାବିଲା ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା l ଯେଉଁଥିରେ ଆମେରିକା ଏବଂ ଚୀନ ପରସ୍ପର ମୁଁହାମୁଁହିଁ ପରିସ୍ଥିତି ସୃଷ୍ଟି ହୋଇଛି l ଆମେରିକା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏବଂ ଜାତିସଂଘ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଚୀନ କିନ୍ତୁ ଏହି ଦୁଇ ସଙ୍ଘଗଠନକୁ ପ୍ରସଂଶା କରିଛି l

କରୋନା ଭାଇରସ୍ ମାମଲରେ ଅନୁଷ୍ଠିତ ୟୁଏନଏସସି ବୈଠକରେ ଚୀନ ଜାତିସଂଘ ଏବଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନକୁ ପ୍ରସଂଶା କରିଛି l କୋଭିଡ 19 ପାଇଁ ଜାତିସଂଘ ଏବଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ନେଉଥିବା ପଦକ୍ଷେପ ଉପରେ ଚୀନ ଦୁଇ ସଂଗଠନକୁ ପ୍ରସଂଶା କରିଛି l ଜାତିସଂଘ କହିଛି ବର୍ତମାନ ସମସ୍ତ ଦେଶ ନିଜର ମତଭେଦ ଭୁଲିଯାଇ କରୋନା ବିରୋଧରେ ଲଢିବାକୁ ପଡିବ l ଚୀନ ମଧ୍ଯ କହିଛି ସଂକଟ ସମୟରେ କେତେକ ଦେଶ ତାହାକୁ ସାହାର୍ଯ୍ୟ କରୁଥିଲେ l ବର୍ତ୍ତମାନ ସେ 100 ରୁ ଅଧିକ ଦେଶକୁ ସାହାର୍ଯ୍ୟ କରୁଛି l

ଅନ୍ୟପକ୍ଷରେ ଆମେରିକା କହିଛି କରୋନା ପରିସ୍ଥିତି ପାଇଁ ଚୀନ ହିଁ ଦାୟୀ l ଚୀନ ଏହି ସତ୍ୟତା ଲୁଚାଇଥିଲl l ଯେଉଁଥିପାଇଁ ସାରା ବିଶ୍ୱ ଏହା ଭୋଗୁଛି l

ଚୀନ ଏବଂ ଆମେରିକା ମଧ୍ୟରେ ହେଉଥିବା ବାକ୍ ଯୁଦ୍ଧ ମଧ୍ୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ର ମୁଖ୍ୟ ଟ୍ରେଡସ ଗେହେସିସ୍ କହିଛନ୍ତି l ଏହା ରାଜନୀତି କରିବାର ସମୟ ନୂହେଁ l ଏହି ନୂଆ ଜିବାଣୁ 100 ଦିନ ମଧ୍ୟରେ ବିଶ୍ଵ ମାନଚିତ୍ରକୁ ବଦଳାଇ ଦେଇଛି l ତେଣୁ ଅଯଥା ସମୟ ନଷ୍ଟ ନକରି କରୋନା ମୁକାବିଲା କରିବା ପାଇଁ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.