ବିନା ମାସ୍କରେ ପେଟ୍ରୋଲ ମିଳିବ ନାହିଁ

0

କରୋନା ଭାଇରସ୍ ମୁକାବିଲା ପାଇଁ ଏବେ ସବୁଆଡ଼େ ସଜାଗ l ପାରିବା ବଜାର୍ ହେଉକି ଗ୍ରୋସରୀ ଦୋକାନ ଏବେ ସବୁଆଡ଼େ କଟକଣା l କରୋନା ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମାନ ନେଇଛନ୍ତି l ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି l ଯେଉଁମାନେ ମାସ୍କ ନପିନ୍ଧିବେ ସେମାନଙ୍କ ପ୍ରତି ଜୋରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଘରୁ ବାହାରିଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି l

ଏହାରି ଭିତରେ ସରକାରଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଛି ଉତ୍କଳ ପେଟ୍ରୋଲିୟମ ଡିଲର୍ ସଂଘ l ଏହି ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ଯେ ଗ୍ରାହକ ଏବଂ ପେଟ୍ରୋଲିୟମ କର୍ମଚାରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି l ଏଣିକି ଯେଉଁମାନେ ମାସ୍କ ନପିନ୍ଧିବେ ସେମାନଙ୍କୁ ପେଟ୍ରୋଲ ମିଳିବ ନାହିଁ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି l

Leave A Reply

Your email address will not be published.