ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀର ଭରତପୁର ଥାନାରେ ଲାଗିଲା ସିସିଟିଭି। ମନିଟରରେ ରେକର୍ଡ ହୋଇଛି ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ଦୃଶ୍ୟ। ଥାନାରେ ୨୫ଟି ସିସିଟିଭି ଲାଗିବା ପାଇଁ ଯୋଜନା ଥିବା ବେଳେ ଏବେ ମାତ୍ର ୧୬ଟି ସିସିଟିଭି ଲାଗିଛି। ଖୁବଶୀଘ୍ର ଅବଶିଷ୍ଟ ସମସ୍ତ ସିସିଟିଭି ଲାଗିବ ବୋଲି ସୂଚନା ମିଳିଛି। ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍ ପୋଲିସ ବିବାଦ ଘେରକୁ ଆସିଛି।
ଏସବୁ ବିବାଦ ମଧ୍ୟରେ ମଙ୍ଗଳବାର ଭରତପୁର ଥାନାରେ ସିସିଟିଭି ଲଗାଯାଇଛି। ୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି। ଭରତପୁର ଥାନାରେ ୨୫ଟି ସିସିଟିଭି ଲାଗିବାକୁ ବ୍ୟବସ୍ଥା ଥିବାବେଳେ ଆଜି ୧୬ଟି ଇନଷ୍ଟଲ୍ ହୋଇଛି। ଥାନାରେ ଭିତରେ ଓ ବାହାରେ ଏହି ସିସିଟିଭି ଲାଗିଛି। ଖୁବ୍ ଶୀଘ୍ର ବାକି ସମସ୍ତ ସିସିଟିଭି ଲାଗିବ ବୋଲି ଜଣାପଡ଼ିଛି। ଗତକାଲି ହାଇକୋର୍ଟ ଭରତପୁର ମାମଲାର ଶୁଣାଣି କରିବା ସମୟରେ ରାଜ୍ୟର କେଉଁ ଥାନାରେ ସିସିଟିଭି ଲାଗିଛି ଓ କେଉଁ ଥାନାରେ ସିସିଟିଭି ଲାଗିନାହିଁ ସମସ୍ତ ସ୍ଥିତି ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଆଜି ଭରତପୁର ଥାନାରେ ସିସିଟିଭି ଲାଗିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,ପୀଡ଼ିତା ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତା ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ନ୍ୟାୟ ପାଇବେ ତାହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି।
Comments are closed.