ବିଜୁବାବୁଙ୍କ ଜୟନ୍ତୀ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ 108ତମ ଜୟନ୍ତୀ ସର୍ବତ୍ର ପାଳିତ ହେଉଥିଲା |  ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ପାଳିତ ହୋଇଯାଇଛି।ଏହି ଅବସରରେ ଏକ ସାଇକେଲ ଓ ମୋଟରସାଇକେଲ ରାଲି ଆୟୋଜିତ କରାଯାଇଥିଲା।

ସୋର ସତ୍ୟାନନ୍ଦ ହାଇସ୍କୁଲ ଛକ ରୁ ବିଧାୟକ ପର୍ଶୁରାମ ଧଡ଼ା ଙ୍କ ନେତୃତ୍ୱ ରେ ସାଇକେଲ ଏବଂ ମଟର ସାଇକେଲ ରା଼ଲି ପୁରୁବାଇ କନ୍ୟାଶ୍ରମ ନିକଟରେ ପହଞ୍ଚିଥିଲା। କନ୍ୟାଶ୍ରମ ର ଅନ୍ତେବାସୀ ମାନଙ୍କୁ ବିଧାୟକ ଫଳ ବଣ୍ଟନ କରିଥିଲେ ଏବଂ ପରେ ପରେ ରାଧାନଥ ସ୍ମୃତି ମଣ୍ଡପ ରେ କର୍ମୀମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଜୁ ବାବୁ ଙ୍କ ଫଟୋ ଚିତ୍ରରେ ବିଧାୟକଙ୍କ ସହ ଅନ୍ୟମାନେ ମାଲ୍ୟାର୍ପଣ କରିଥିଲେ।

ଏହି ସଭାରେ ମାନ୍ୟବର ବିଧାୟକ ପର୍ଶୁରାମ ଧଡା, ସୋର ବ୍ଲକ ସଭାପତି ଟୁଟୁ ପଣ୍ଡା ,ସୋର ପୌରପରିଷଦ ବିଜେଡି ସଭାପତି ସୁକାନ୍ତ ମିଶ୍ର, ସୋର ବ୍ଲକ ଅଧକ୍ଷା ଅନୁସୂୟା ମହାଳିକ,ବାହାନଗା ବ୍ଲକ ବିଜେଡି ସଭାପତି ଅଜୟ ପଣ୍ଡା ବାହାନଗା ବ୍ଲକ ଅଧକ୍ଷ ବିଶ୍ୱନାଥ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଜୟନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଜୁବାବୁ ଙ୍କର କର୍ମ ଓ ସାହସିକତା ଉପରେ ଆଲୋଚନା କରିଥିଲେ।

Leave A Reply

Your email address will not be published.