ବିଦ୍ୟାର୍ଥୀଙ୍କୁ ଅନୁଭୂତି ବାଣ୍ଟି ଅନୁପ୍ରାଣିତ କଲେ ଡାକ୍ତର ଶିବାଷିଶ ଗିରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରିପଦାରେ “ଡିଭାଇନ୍ ଇଞ୍ଜିନିୟରିଂଓ ନର୍ସିଂ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଅନୁଭୂତି ବାଣ୍ଟି ଅନୁପ୍ରାଣିତ କଲେ ଡାକ୍ତର ଶିବାଷିଶ ଗିରି । ଷ୍ଟେମ୍ ସେଲ୍ ସ୍ପେଶାଲିଷ୍ଟ ଡାକ୍ତର ଶିବାଷିଶ ଗିରି ସୋମବାର ଦିନ ବାରିପଦା ଗସ୍ତରେ ଆସିଥିବା ଅବସରରେ ଡିଭାଇନ୍ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଏବଂ ଡିଭାଇନ୍ ନର୍ସିଂ ଇନଷ୍ଟିଚ୍ୟୁଟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସହ ଭାବ ବିନିମୟ କରିଛନ୍ତି ।

ଜର୍ମାନର ଲେଇପିଜିଗ୍ ବିଶ୍ବବିଦ୍ୟାଳୟରେ ଷ୍ଟେମ୍ ସେଲ୍ ବାୟଲୋଜି ଏବଂ ସେଲ୍ ଟେକନୋଲୋଜି ବିଭାଗର ଉପମୁଖ୍ୟ ଭାବେ କାର୍ଯ୍ୟରତ ଥିବା ଡାକ୍ତର ଶିବାଶିଷ ଗିରି ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଗସ୍ତକରି ବିଦ୍ୟାର୍ଥୀଙ୍କୁ “ଆମ ଶରୀର ଆମ ଡାକ୍ତର” ବିଷୟରେ ଜ୍ଞାନ ବାଣ୍ଟୁଛନ୍ତି । ଆଜିର ବ୍ୟସ୍ତବହୁଳ ସମାଜରେ ଚାପମୁକ୍ତ ହୋଇ କିପରି ସୁସ୍ଥ ବାତାବରଣ ସୃଷ୍ଟି କରାଯିବ ସେନେଇ ଡାକ୍ତର ଗିରି ଛାତ୍ରଛାତ୍ରୀ ଙ୍କୁ ଦୀଗଦର୍ଶ ପ୍ରଦାନ କରିଥିଲେ ।

ସେ ବିଦେଶ ଭ୍ରମଣ କାଳରେ ଭେଟିଥିବା ବିଭିନ୍ନ ନବେଲ୍ ବିଜେତାଙ୍କ ସହ ଆଲୋଚନା କରି ପାଇଥିବା ଅନୁଭୂତି ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ନିଜ ଶରୀରକୁ କିପରି ନିରୋଗ ରଖାଯାଇପାରିବ , ମନକୁ କିପରି ଏକାଗ୍ରତା କରାଯିବା ସହ ନୁଆ ନୁଆ ବିଷୟ ଉପରେ ଅନୁସନ୍ଧାନ କରିବା ପାଇଁ ପ୍ରେରଣା ଦେଇଥିଲେ । ଡାକ୍ତର ଶିବାଷିଶ ଗିରି ଙ୍କ ଦ୍ବାରା ପ୍ରଦତ୍ତ ବାର୍ତ୍ତା ଛାତ୍ରଛାତ୍ରୀ ଙ୍କୁ ବେଶ୍ ପ୍ରଭାବିତ କରିଥିଲା ବେଳେ ଅଧ୍ୟାପିକାମାନ ମଧ୍ୟ ଭୂୟସି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.