ଚକ୍ରବ୍ୟୁହ ନ୍ୟୁଜର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚକ୍ରବ୍ୟୁହ ନ୍ୟୁଜର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବ ପାଳନ । କେନ୍ଦ୍ରାପଡା ଟାଉନ୍ ହଲ୍ ପରିସରରରେ ଚକ୍ରବ୍ୟୁହ ନ୍ୟୁଜ୍ ତାର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବ – ୨୦୨୪ ଚ୍ୟାନେଲର ପ୍ରତିଷ୍ଠାତା କୁଳମଣି ଲେଙ୍କାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥୀ ଭାବେ ପାରାଦୀପ ଚେୟାରମ୍ୟାନ ବସନ୍ତ କୁମାର ବିଶ୍ୱାଳ, ମୂଖ୍ଯ ବକ୍ତାଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀଯୁକ୍ତ ନିଲୁ ମହାପାତ୍ର, ସମ୍ମାନୀୟ ଅତିଥିଭାବେ ପାଟକୁରା ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥିନୀ ମନୀଷା ପଣ୍ଡା, ଡାକ୍ତର ସୁମିତ୍ରା ସାହୁ, ଡି.ଏସ.ପି ଜ୍ୟୋତିରଂଜନ ସାମନ୍ତରାୟ, ପୌରାଧ୍ୟକ୍ଷା ସରୀତା ସାହୁ ଓ ପୁସ୍ପିତା ମାଡାମ ପ୍ରମୂଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଥମେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ । କବି ଅଶୋକ କୁମାର ସାହୁ ଏବଂ ଯୋଗଗୁରୁ ସଂଜୟ ମଥାନ ମନ୍ଚ ପରିଚାଳନା କରିଥିବା ବେଳେ ସମାଜସେବୀ ଅମରବର ବିଶ୍ୱାଳ ମନ୍ଚାସୀନ ଅତିଥୀମାନଙ୍କର ପରିଚୟ ପ୍ରଦାନ କରିବା ସଂଗେ ସଂଗେ ବାର୍ଷିକ ବିବରଣୀ ପାଠକରିଥିଲେ ।

ଏହି ଅବସରରେ ମନ୍ଚାସୀନ ଅତିଥୀମାନେ ପୁଷ୍ପଗୁଛ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମନ୍ଚରେ ଯୋଗ ଓ ନୂତ୍ୟ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ରୁ ଅଧିକ କ୍ରୁତି କୁନି କୁନି କଳାକାର ମାନଙ୍କୁ ଚକ୍ରବ୍ୟୁହ ନ୍ୟୁଜ ପକ୍ଷରୁ ପ୍ରମାଣପତ୍ର ଦିଆଯାଇ ପୁରଷ୍କ୍ରୁତ କରାଯାଇଥିଲା । ଉପସ୍ଥିତ ସମସ୍ତ କ୍ରର୍ମଜିବୀ ସାମ୍ବାଦିକ ମାନଙ୍କୁ ନୀରପେକ୍ଷ ନ୍ୟୁଜ୍ ପରିବେଷଣ କରିବାକୁ ମନ୍ଚାସୀନ ଅତିଥୀମାନେ ତାଙ୍କ ବକ୍ତବ୍ଯରେ କହିଥିଲେ । ପରେପରେ ଆଇନଜିବୀ ସଞୟ କୁମାର ମିଶ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.