କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ “ନୂଆ ଓଡିଶା, ନବୀନ ଓଡିଶା”

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ “ନୂଆ ଓଡିଶା, ନବୀନ ଓଡିଶା” ଅଧିନରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରିପ୍ରେକ୍ଷୀରେ ଏକ ସଭା ଅନୁଷ୍ଠିତ । ଘଷିପୁରା ବ୍ଲକ ରେକୁଟିଆସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ “ନୂଆ ଓଡିଶା, ନବୀନ ଓଡିଶା” ଅଧିନରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରିପ୍ରେକ୍ଷୀରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟର ପରିଚାଳନା ସମିତି ସଭାପତି ଡଃ ଗୋଲକ ବିହାରୀ ଆଚାର୍ଯ୍ୟଙ୍କ ଉପସ୍ଥିତିରେ,ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ହେଇଥିବା ଏହି ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ବିଜୟ କୁମାର ସାହୁ।ବିଶିଷ୍ଟ ସାହିତ୍ୟିକ ଡ଼ଃ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି ରୁପେ , ଜଗନ୍ନାଥ ସଂସ୍କୃତି ବିଶାରଦ ଶ୍ରୀଯୁକ୍ତ ଗଦାଧର ମିଶ୍ର ମୁଖ୍ୟ ବକ୍ତା ଭାବରେ ଏବଂ ପ୍ରଫେସର ତଥା ବିଶିଷ୍ଟ ପାଲା ଗାୟକ ଶ୍ରୀ ରାଜ କିଶୋର ସାମଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡିଶା ସରକାରଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଏହା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାଷା ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅଧିନରେ ଆଗକୁ ସଧାରଣ ଜ୍ଞାନ ପରୀକ୍ଷା,ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା ଆଦି ପ୍ରତିଯୋଗିତା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ ବୋଲି “ନୂଆ ଓ” ନୋଡାଲ ଅଫିସର ଅଧ୍ୟାପକ ସୁଧାକର ଜେନା ସୂଚନା ଦେଇଛନ୍ତି। ସଞ୍ଜୟ କୁମାର ଜେନା, ସୌରଭ ବେହେରା, ସବିତା ଜେନା, ସତ୍ୟ ସାହୁ, ଧର୍ମାନନ୍ଦ ଜେନା ଆଦି ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ସଭା ଶେଷରେ ଅଧ୍ୟାପିକା ମିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.