ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସୁଦେବପୁରରେ ରଜ ମହୋତ୍ସବ ପାଳନ। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ, ଗୀତ ରେ ଗୀତ ରେ ଦୋଳି ରେ ଝୁଲି ଝୁଲି ଗାଁ ଗାଁ ରେ କୁଆଁରୀ ଝିଅ ମାନଂକ ର ରଜ ପାଳନ ସତରେ ଅନେକ ଆନନ୍ଦ ଉତ୍ସବ। ରଜ ର ଗୋଟେ ଦିନ ଆଗରୁ ସଜ ବାଜ ହୋଇ ଏହି ପରି ରଜ ପର୍ବ ପାଳନ କରିଥିଲେ ବାସୁଦେବପୁର ପଦ୍ମ ପୁର ଗ୍ରାମ ର ରୁକୁଣା ଦେଇ ପୁର ଠାରେ।
ତିନି ଦିନ ଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ସହ ପିଠା ପଣା କରି ଗାଁ ର ସମସ୍ତ ଝିଅ ବୋହୂ ଗୋଟିଏ ସ୍ଥାନ ରେ ଏକ ହୋଇ ପାଳି ଥିଲେ ରଜ ମହୋତ୍ସବ। ଶେଷ ରଜ ରେ ନାଚ ଗୀତରେ ଉତ୍ସବ ମୁଖର ହୋଇଉଠିଛି ଗାଁ। ଠିକ୍ ସେହିପରି ବାସୁଦେବପୁର ର ନୀଳମଣି ଟାଉନ୍ ହଲ୍ ପରିସର ରେ ରଜ ପର୍ବ ପାଳନ ବହୁ ଆଡମ୍ବର ରେ ପାଳନ ହୋଇ ଯାଇଛି। ପିଠା, ରଜ ପାନ ସହ ରଜ ଦୋଳି ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ରେ ନବ ନିର୍ବାଚିତ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଅଶୋକ ଦାସ, ପୌର ଅଧ୍ୟକ୍ଷା ନିବେଦିତା ବେହେରା ଯୋଗ ଦେଇଥିଲେ। ଚଳିତ ବର୍ଷ ପ୍ରବଳ ଖରା ଗରମ ଯୋଗୁଁ ରଜ ପାଳନ ସଂଧ୍ୟା ସମୟ ରେ ହିଁ ଭର ପୁର ହୋଇ ଯାଇଛି।
Comments are closed.