ପୌର ପାଳିକା ପକ୍ଷ ରୁ ଦିନିକିଆ ରଜ ମହୋତ୍ସବ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୌର ପାଳିକା ପକ୍ଷ ରୁ ଦିନିକିଆ ରଜ ମହୋତ୍ସବ ପାଳନ।  ପୌର ପରିଷଦ ବାସୁଦେବପୁର ପକ୍ଷରୁ ବିଗତ ଦୁଇ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତୃତୀୟ ରଜ ମହୋତ୍ସବ ପାଳନ କରାଯାଇଛି।

ରଜ ସଂକ୍ରାନ୍ତି ରେ ଅନୁଷ୍ଟିତ ଏହି ମହୋତ୍ସବ ରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଓ ପୌର ଅଧିକାରୀ ସମୀର ରଞ୍ଜନ ଦାସ ଙ୍କ ସଂଯୋଜନା ରେ ଅନୁଷ୍ଟିତ ହୋଇ ଯାଇଛି। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷ ରୁ ପୋଡ଼ ପିଠା, ରଜ ପାନ ର ପ୍ରଦଶନ ହୋଇଛି।

ଆୟୋଜିତ ସଭା କାର୍ଯ୍ୟ କର୍ମରେ ପୌର ଅଧିକାରୀ ସମୀର ରଞ୍ଜନ ଦାସ ଙ୍କ ସଂଯୋଜନା ରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଯୋଗ ଦେଇଥିଲେ।ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି। ପରେ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି।

Leave A Reply

Your email address will not be published.