ଓଡ଼ିଆ ନ୍ୟୁଜ୍: ବିଜେପି ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ତିଖିରିର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା। ବିଜେପି ତାଙ୍କ ପ୍ରତି ଅନ୍ୟାୟ କରିଥିବା ଅଭିଯୋଗ ଆଣି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ଲୋୟର ପିଏମଜିରେ ସେ ବସିଥିବା ଧାରଣାସ୍ଥଳରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି। ଚାମେଲି କହିଛନ୍ତି, ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଅସୁବିଧା ବେଳେ କେହି ବରିଷ୍ଠ ନେତା ତାଙ୍କ ସମର୍ଥନରେ ଆସିନଥିଲେ। ଯେଉଁ ଦଳ ମହିଳାଙ୍କୁ ସମ୍ମାନ ଦେଉନି ସେ ଦଳରେ ରହିବାର ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି।