ଚମକିଲାଣି ବରମୁଣ୍ଡା ବସ୍ ଟର୍ମିନାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ଚମକିଲାଣି ବରମୁଣ୍ଡା ବସ୍ ଟର୍ମିନାଲ । ମାର୍ଚ୍ଚ ୧ ତାରିଖରେ ହେବ ଲୋକାର୍ପଣ ।  ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟରମିନାଲ ନାରେ ମାର୍ଚ୍ଚ ୧ ତାରିଖ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨୨ଟି ସ୍ଥାୟୀ ଦୋକାନ ସହ, ଯାତ୍ରୀଙ୍କ ବିଶ୍ରାମ ଓ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପାର୍କିଂ ସହ ଆହାର କେନ୍ଦ୍ର, ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ଗେଟ ।

ବାହାରକୁ ଆକର୍ଷଣୀୟ ଦେଖାଯାଉଥିବା ଏହି ବସ୍ ଟର୍ମିନାଲ ଭିତରର ଦୃଶ୍ୟ ବି ଆଖି ଲାଖିଗଲା ଭଳି ହୋଇଛି । ସ୍ଥାନୀୟ ଲୋକ, ଦୋକାନୀ ତଥା ଏଠି କାମ କରୁଥିବା କର୍ମଚାରୀ ମାନଙ୍କ ମୁହଁରେ ଗୋଟିଏ କଥା ବରମୁଣ୍ଡା ବସଷ୍ଟାଣ୍ଡ ପୁରା ଏୟାରପୋର୍ଟ ଭଳି ଲାଗୁଛି । ସୂଚନା ମୁତାବକ, ବସ୍‌ ଟର୍ମିନାଲ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଥିବା ବେଳେ ଆଲୋକୀକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବସ୍‌ଷ୍ଟାଣ୍ଡ୍‌ରେ ଟ୍ରାଏଲ ରନ୍‌ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ କିଛି ବରିଷ୍ଠ ଅଧିକାରୀ ବସ୍‌ ଟର୍ମିନାଲ ବୁଲି ତଦାରଖ କରିବେ । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରହିବ । ଏନେଇ ଗେଟ୍‌ରେ ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେସନ ଲାଗିଛି ।

ବସ୍‌ରେ ସ୍ୱତନ୍ତ୍ର ଫାଷ୍ଟ୍ୟାଗ୍‌ ଜରିଆରେ ଏହା ଚିହ୍ନଟ ହେବ । ମୁଖ୍ୟ ପ୍ରବେଶ ପଥରେ ବସ୍‌ ପଶିବା ମାତ୍ରେ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସିଷ୍ଟମ ଆପେ ଆକ୍ଟିଭ ହୋଇଯିବ । ସେଥିରେ ଲାଗିଥିବା ସ୍ୱତନ୍ତ୍ର ସପ୍ଟୱେର ଜରିଆରେ ଆପେ କେଉଁ ବସ୍‌ ବେ ଫାଙ୍କା ରହିଛି ନିର୍ଦ୍ଦେଶ ଆସିବ । ବସ୍‌ ଡ୍ରାଇଭର ଗାଡି ବେରେ ପଶିବା ମାତ୍ରେ ବସ୍‌ର ପୁରା ବିବରଣୀ, ଛାଡିବା ସମୟ ସବୁ ଆପେ ଲୋକଙ୍କୁ ମାଇକ ଦ୍ୱାରା କମ୍ପ୍ୟୁଟର ସୂଚନା ଦେବ ।

Leave A Reply

Your email address will not be published.