୪ ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଇସ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷନ୍‌, ଅଜିତ କ୍ରିଷନନ୍‌, ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା। ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ।

ଏହି ଚାରିଜଣ ବେଙ୍ଗାଲୁରୁର ଜ୍ୟୋତିର୍ବିଜ୍ଞାନ ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି । ଏହି ଚାରିଜଣ ଦେଶର ସମସ୍ତ ପ୍ରକାରର ଯୁଦ୍ଧ ବିମାନ ଉଡ଼ାଇସାରିଛନ୍ତି । ଏହି ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରଥମ ଭାରତୀୟ ହେବେ ଯେଉଁମାନେ ଏକ ନିଜ ମାଟିର ମହାକାଶ ଯାନରେ ଭାରତୀୟ ମାଟିରୁ ମହାକାଶକୁ ଯିବେ। ଏହି ଚାରିଜଣ ମହାକାଶଚାରୀମାନେ ରୁଷ୍‌ରେ ବ୍ୟାପକ ତାଲିମ ନେଇଛନ୍ତି। ଗଗାନଯାନ ମିଶନ ପାଇଁ ଶହ ଶହ ପାଇଲଟଙ୍କ ଟେଷ୍ଟ ହୋଇଥିଲା । ଏହା ପରେ ୧୨ଜଣଙ୍କୁ ଚୟନ କରାଯାଇଥିଲା ।ଏହି ୧୨ ଜଣ ପ୍ରଥମ ଲେଭଲରେ ଉନ୍ନୀତ ହୋଇଥିଲେ । ସେ ଏରୋସ୍ପେସ୍ ମେଡିସିନ୍ ଇନଷ୍ଟିଚ୍ୟୁଟ୍ (IAM) ଏମାନଙ୍କୁ ମନୋନୀତ କରିଥିଲା । ଏହା ପରେ ଅନେକ ରାଉଣ୍ଡ ହୋଇଥିଲା । ପରେ ବାୟୁସେନା ଚାରିଜଣ ପରୀକ୍ଷଣ ପାଇଲଟଙ୍କ ନାମ ଚୂଡାନ୍ତ ହୋଇଥିଲା ।

ମିଶନର ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ମହାକାଶକୁ ପଠାଯିବ ନାହିଁ ।ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଏକ ରୋବଟ ‘ବ୍ୟୋମମିତ୍ର’କୁ ଗଗନଯାନରେ ମହାକାଶକୁ ପଠାଯିବ। ଯଦି ପରୀକ୍ଷଣ ସଫଳ ହୁଏ ତେବେ ମନୋନୀତ ହୋଇଥିବା ୪ ଜଣ ମହାକାଶଚାରୀଙ୍କୁ ଗଗନଯାନରେ ପଠାଯିବ। ୨୦୨୫ ସୁଦ୍ଧା ଗଗନଯାନରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ମହାକାଶ ଅଭିଯାନର ସମୀକ୍ଷା ପାଇଁ କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୟନ ହୋଇଥିବା ୪ ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.