ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଛି ବୋଲି ମାନିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE କର୍ତ୍ତୃପକ୍ଷ।  ସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ । ‘ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି’ବୋଲି କହିଲେ ।

ସେ କହିଛନ୍ତି, କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ମୋଟ ୧୯ ନମ୍ବର ଚଏସ ଡେଫିସିଟ୍ ରହିଛି। ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପଟ ନେଇଥିବେ ଗ୍ରେସ୍ ମାର୍କ ପାଇବେ। ଆଟେମ୍ପଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ। ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପଟ ନେଇଥିବେ ତାହାର ପୂରା ମାର୍କ ପାଇବେ। ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍ ମାର୍କ ମିଳିବ ନାହିଁ। ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା । କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି ବୋଲି କହିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ । ମୋଟ ୧୯ ନମ୍ବର ଚଏସ୍‌ ଡେଫିସିଟ ରହିଛି । ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ସେମାନେ ଗ୍ରେସ୍‌ ମାର୍କ ପାଇବେ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ ରୋକଠୋକ ଶୁଣାଇ ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ।

ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପ୍‌ଟ କରିଥିବେ ତାହାର ପୂରା ମାର୍କ ପାଇବେ । ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍‌ ମାର୍କ ମିଳିବ ନାହିଁ । କେଉଁଠି ତ୍ରୁଟି ରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଗୋଟିଏ କି ଦୁଇଟି ନୁହେଁ, ଫିଜିକ୍ସରେ ସିଲାବସ୍ ବାହାରୁ ୨୭ ମାର୍କର ପ୍ରଶ୍ନ ଆସିଥିବା ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.