ଧୁମାତ ରାଧାଗୋବିନ୍ଦ ବିଦ୍ୟାପୀଠ ୧୯୯୦ ବ୍ୟାଚ୍ ବନ୍ଧୁମିଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଧୁମାତ ରାଧାଗୋବିନ୍ଦ ବିଦ୍ୟାପୀଠ ୧୯୯୦ ବ୍ୟାଚ୍ ବନ୍ଧୁମିଳନ | କେନ୍ଦ୍ରାପଡା ଜିଲ୍ଲା ଧୁମାତ ର ରାଧାଗୋବିନ୍ଦ ବିଦ୍ୟାପୀଠ ୧୯୯୦ ବ୍ୟାଚ୍ ର ଚତୁର୍ଥ ବନ୍ଧୁମିଳନ ଉତ୍ସବ ସଭାପତି ଅମୂଲ୍ୟ ଜେନାଙ୍କ ନେତୃତ୍ୱରେ ଇନ୍ଦୁପୁର ବିରୁପା ନଦୀକୂଳରେ ଅନୁଷ୍ଠିତ ହୋଇଯାଇଛି।

ପ୍ରତିବର୍ଷ ପରି ଚତୁର୍ଥଥର ପାଇଁ ଆଜି ସ୍କୁଲର ୧୯୯୦ ବ୍ୟାଚ୍ ର ସାଙ୍ଗମାନଙ୍କ ସହିତମିଶି ଆଜି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ସ୍କୁଲର ସେହି ପିଲାଦିନ ର ସ୍ମୃତି କୁ ମନେ ପକାଇ ଦୀର୍ଘଦିନ ପରେ ସମସ୍ତେ ଆଜି ଏକାଠିହୋଇ ଖୁସି ମନାଇବା ସହିତ ପରସ୍ପରକୁ ସହଯୋଗ କରିବା ପାଇଁ ଉପ ସଭାପତି ରଶ୍ମିତା ନାୟକ ଶପଥପାଠ କରାଇଛନ୍ତି।ପରିଣତ ବୟସରେ ମଣିଷ ଯେତେବେଳେ ଏକା ଏକା ଚାଲିବା ବାଟରେ ପିଲାବେଳର କଥା ମନେ ପଡେ ସେତେବେଳେ ନିଜ ଉପରେ ଅନେକ ରାଗ ଆସେ।କାହିଁକି ଯେ ଚାଲିଗଲା ମୋ ର ସେଇ ପିଲା ଦିନ।

ଇଛା ହୁଏ ସେଇ ପିଲାଦିନକୁ ଫେରିଜିବା ପାଇଁ ସେଇ ଧୂଳି ବାଲିର ଖେଳ ଆଉ ସ୍କୁଲରେ ସାରଙ୍କ ଛାଟ ଆଉ ସ୍କୁଲ ଗଲାବେଳେ କାନ୍ଧରେ ସେହି ବହି ବସ୍ତାନି ସହିତ କିଛି ନିସ୍ପାପ ହୃଦୟ ଯେତେବେଳେ ଭାବର ଆଦାନ ପ୍ରଦାନ କରନ୍ତି ତାହା ହିଁ ବନ୍ଧୁତା ଆଉ ପରିଣତ ବୟସ ଆଗମନରେ ଯେତେବେଳେ ସେହି ବନ୍ଧୁମାନଙ୍କୁ ପାଏ ସେତେବେଳେ ସେ ଆତ୍ମ ବିଭୋର ହୋଇଯାଇ ଭୁଲିଯାଏ ନିଜକୁ।ଏହି ବନ୍ଧୁମିଳନରେ କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ମିହିର କୁମାର ସାମଲ,ସତୃଘନ ରାଉତ,ସୁବିକାସ ନାୟକ,ଲିଲିପ୍ତା ରାଉତ,ଲକ୍ଷ୍ମୀପ୍ରିୟା ମହାନ୍ତି,ଶ୍ରୀମତୀ ପରିଡ଼ା,ପୁଷ୍ପରେଖା ବାରିକ,ଅରୁନ ପରମାନିକ,ରମାକାନ୍ତ ବାରିକ,ଅନିରୁଦ୍ଧ ଦାସ୍,ଜୋତୀର୍ମୟ ଜେନା,କିରଣବାଳା ସାହୁ,ସୁମିତ୍ରା ସାହୁ ଓ ୧୯୯୦ ବ୍ୟାଚ୍ ବହୁ ସହପାଠୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.