ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ | କେନ୍ଦ୍ରାପଡା ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ ସ୍ଥାନୀୟ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠି,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରାଜସ୍ୱ ନିଲୁ ମହାପାତ୍ର,ଅତିରିକ୍ତ ଜିଲାପାଳ ସାଧାରଣ ପିତାମ୍ବର ସାମଲ,ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର,କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଦାସ ଓ ମୋ ସ୍କୁଲ ନୋଡାଲ ଅଫିସର ନିଶିତ୍ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।ଏହି ଉତ୍ସବରେ ଜିଲ୍ଲାର ୩୭୭ଟି ୫-ଟି ରୂପାନ୍ତର ହୋଇଥିବା ସ୍କୁଲର ୧୭୪୯ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ଏହାସହିତ କେନ୍ଦ୍ରାପଡା ର ସମସ୍ତ ବ୍ଲକ ସ୍ତରରେ ଶିକ୍ଷା କ୍ଷେତ୍ରରେ ଭଳ ପଦର୍ଶନ କରିଥିବା ସରପଞ୍ଚଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ,ଶିକ୍ଷକ,ପୁରାତନ ଛାତ୍ର ,ସରପଞ୍ଚ,ଅନ୍ତର୍ଭୁକ୍ତ ହୋଇଥିଲେ।ଏହାଦ୍ୱାରା ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହେବା ସହିତ ଦଶମ ଶ୍ରେଣୀରେ ବର୍ତ୍ତମାନ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଶିକ୍ଷା ବର୍ଷରେ ଭଲ ରଖି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ବୋଲି ମଞାସୀନ ଅତିଥିମାନେ ବକ୍ତବ୍ୟରେ କହିଥିଲେ।

Leave A Reply

Your email address will not be published.