ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ହେବ ରାଜ୍ୟସଭା ନିର୍ବାଚନ । ଉତ୍ତରପ୍ରଦେଶରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ । ଏହି ନିର୍ବାଚନରେ ୫୬ଟି ରାଜ୍ୟସଭା ଆସନରେ ନୂଆ ସଦସ୍ୟ ମିିଳିବେ, ସେଥିମଧ୍ୟରୁ ୪୧ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛି। ଅବଶିଷ୍ଟ ୧୫ଟି ଆସନ ପାଇଁ ଆଜି ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମତଦାନ ହେବ। ଏହାପରେ ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ।

ରାଜ୍ୟରେ ଖାଲି ପଡିଥିବା 10 ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ ହେବ । 11 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ବିଜେପି 7 ବଦଳରେ 8 ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମାଜବାଦୀ ପାର୍ଟି 3 ଜଣ ପ୍ରାର୍ଥୀ ଦେଇଛି । ଯାହାଫଳରେ ରୋଚକ ସ୍ଥିତିରେ ରହିଛି ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ । ଯଦି ବିଜେପି 7 ଜଣ ପ୍ରାର୍ଥୀ ଦେଇଥାନ୍ତା ତେବେ ନିର୍ଦ୍ବନ୍ଦ୍ବରେ ସମସ୍ତ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତେ । କିନ୍ତୁ 10 ଆସନରେ 11 ଜଣ ପ୍ରାର୍ଥୀ ଥିବାବେଳେ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । 403 ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ 252 ବିଜେପି ବିଧାୟକ ରହିଥିବା ବେଳେ 108 ଜଣ ସମାଜବାଦୀ ପାର୍ଟି ବିଧାୟକ ରହିଛନ୍ତି ।

ରାଜ୍ୟରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ ବିଜେପି ପକ୍ଷରୁ ହର୍ଷ ମହାଜନ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ପ୍ରାର୍ଥୀ ରହିଛନ୍ତି । ବିଜୟ ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାବେଳେ କଂଗ୍ରେସ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ନେଇ କୁହାଯାଉଛି ।

Leave A Reply

Your email address will not be published.