ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍; ଘୋଷଣା ହୋଇପାରେ ଭାରତୀୟ ମହାକାଶଚାରୀଙ୍କ ନାଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ନେଇ ପ୍ରକ୍ରିୟା ଆରମ୍ଭ କରିସାରିଛି ।  ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ସୂଚନା ଅନୁସାରେ, ଆଜି ମୋଦି ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ସମୟରେ ଗଗନଯାନ ପାଇଁ ତାଲିମଯୁକ୍ତ ପାଇଲଟଙ୍କ ନାମ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି । 4 ଜଣଙ୍କ ମଧ୍ୟରେ ସୁଖୋଇ ଯୁଦ୍ଧ ବିମାନ ପାଇଲଟ ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଭାରତର ଡ୍ରିମ ମିଶନ ଗଗନଯାନ ପାଇଁ କେରଳରେ ଏହି ପାଇଲଟମାନେ ତାଲିମ ନେଉଥିଲେ । ମହାକାଶକୁ ମାନବ ପ୍ରେରଣ ପୂର୍ବରୁ ପ୍ରଥମେ ବ୍ୟୋମମିତ୍ରକୁ ପଠାଇବ ଇସ୍ରୋ । ଏହା ମାଧ୍ୟମରେ ପଠାଯାଇଥିବା ଇନପୁଟ ଗୁଡିକ ସମୟ ସହିତ ତାଳ ଦେଇ ସାମ୍ନାକୁ ଆସିପାରିବ । ବ୍ୟୋମମିତ୍ର ଶରୀରରେ କ୍ୟାମେରା, ସ୍ପିକର, ମାଇକ୍ରୋଫୋନ ଏବଂ ସେନସର୍ସ ଆଦି ଖଚ୍ଛିତ କରାଯିବ ।ଆଜି ଘୋଷଣା ହେବାକୁ ଥିବା 4ଜଣ ପାଇଲଟ ଋଷରେ ପ୍ରଶିକ୍ଷଣ ନେଇଥିବା ବେଳେ ବର୍ତ୍ତମାନ ଇସ୍ରୋର ଜଟିଳ ପ୍ରକ୍ରିୟାରେ ସାମିଲ ହେବେ ।

ଖବର ଅନୁସାରେ ମୋଦି ସକାଳ 10ଟା 45 ମିନିଟରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଏକଘଣ୍ଟା ସମୟ ବିତାଇବେ । ପ୍ରଶାନ୍ତ ନାୟର, ଆନନ୍ଦ ପ୍ରତାପ, ଅଜିତ କୃଷ୍ଣନ ଏବଂ ଚୌହାନ  । ଏମାନେ ଗଗନଯାନ ମିଶନ ପାଇଁ ମହାକାଶକୁ ଯିବେ ବୋଲି ଚର୍ଚ୍ଚା ହେଉଇଛି । ଏହି 4ଜଣଙ୍କ ନାମ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ । କହିରଖୁଛୁ କି, ଏହି 4 ଜଣ ମନୋନୀତ ମହାକାଶଚାରୀ ବାୟୁସେନାର ଓ୍ବିଙ୍ଗ କମାଣ୍ଡର କିମ୍ବା ଗ୍ରୁପ କ୍ୟାପଟେନ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଏହି ମହାକାଶଚାରୀମାନଙ୍କୁ ବିଶ୍ବବାସୀଙ୍କୁ ପରିଚିତ କରାଇ ପାରନ୍ତି ।

Leave A Reply

Your email address will not be published.