୩ ଯାଏଁ ରାଜ୍ୟରେ ବର୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ପାଗ ଶୁଖିଲା ରହିବ । ହେଲେ ନିମ୍ନ ଚାପରେଖା ଓ ଦୁର୍ବଳ ପଶ୍ଚିମା ଝଡର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା |

ପଶ୍ଚିମ ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୨୯ ତାରିଖରେ ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧ ତାରିଖରେ ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ାରେ ବର୍ଷା ହେବାକୁ ଥିବା ବେଳେ ୨ ତାରିଖରେ ପଶ୍ଚିମ ଓଡିଶା ଏବଂ ଉତ୍ତର ଓଡିଶାରେ ହାଲୁକା ବର୍ଷାର ସମ୍ଭାବନ ରହିଛି ।

ଏହାପରେ ୩ ତାରିଖରେ ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ପୋଲସରାରେ ୭୦ ମିମି, କଳାହାଣ୍ଡିର ମ. ରାମପୁରରେ ୪୯, ବଲାଙ୍ଗୀର ବେଲଗାଁରେ ୩୬.୪, ହିନ୍ଦୋଳରେ ୩୪, ଲାଞ୍ଜିଗଡ଼ରେ ୨୮.୨, କର୍ଲାମୁଣ୍ଡାରେ ୨୩, ଆଠମଲ୍ଲିକରେ ୨୦, ଆସ୍କାରେ ୧୯ ଓ ନିମାପଡ଼ାରେ ୧୨.୪ ମିମି ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.