ଆଜି ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଆଜି ଶିଳାନ୍ୟାସ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ୩୦ ଜିଲ୍ଲା ପାଇଁ ୪୧ କ୍ରିକେଟ୍ ଏକାଡେମୀକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଷ୍ଟାଡିୟମରେ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ ।

ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଓସିଏ । ଏହା ପୂର୍ବରୁ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ପୋଲିସ ।ବାଦ ବିବାଦ ମଧ୍ୟରେ ଆଜି (ମଙ୍ଗଳବାର) ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହାର ଶିଳାନ୍ୟାସ କରାଯିବାକୁ ଥିବାବେଳେ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲିଉଡ ଗାୟିକା ନେହା କକ୍କର ଓ ତାଙ୍କ ଗ୍ରୁପଙ୍କ ସହ ଓଡ଼ିଶାର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିବେ । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମ ପାଇଁ ପଡ଼ିଆ ଭିତରେ ଏକ ବିଶାଳ ମଞ୍ଚ ପ୍ରତିଷ୍ଠା କରାଯାଇଥିବା ବେଳେ ପଡ଼ିଆ ଭିତରେ ୫ ହାଜର ଓ ଗ୍ୟାଲେରୀରେ ୧୫ ହଜାର ଏଭଳି ପ୍ରାୟ ୨୦ ହଜାର ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି କମିଶନରେଟ ପୋଲିସ । ଓଡ଼ିଶାର କଳାକାରଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରରେ ୩ ବରିଷ୍ଠ କ୍ରୀଡା ସଂଗଠକଙ୍କୁ ଜୀବନବ୍ୟାପୀ ସାଧନା ସମ୍ବର୍ଦ୍ଧନା ଦିଆଯିବ । କାର୍ଯ୍ୟକ୍ରମରେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ ଇର୍‌ଫାନ୍‌ ପଠାନ , ପ୍ରଜ୍ଞାନ ଓଝା , ଦେବାଶିଷ ମହାନ୍ତି ,ଶିବ ସୁନ୍ଦର୍ ଦାସ ଆସିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.