NAC ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ।  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବିରେ ଆଜି  ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ଆଜି ବନ୍ଦ ପାଳନ ହେଉଛି । NAC ଘୋଷଣା ଦାବିରେ ଏହି ଦୁଇଟି ସ୍ଥାନରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବାମରାରେ ବି ସମାନ ଦାବି ନେଇ, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ପାଳିବେ ସ୍ଥାନୀୟ ଜନତା ।

ବଙ୍ଗୋମୁଣ୍ଡାକୁ ଏନ୍‌ଏସି ନକରାଯାଇ ଦୀର୍ଘ ବର୍ଷ ହେଲା ଅଣଦେଖା କରିଚାଲିଛନ୍ତି । ଏନେଇ ବାରମ୍ବାର ଆନ୍ଦୋଳନ ପରେ ଫଳ ଶୁନ୍‌ । ନିକଟରେ ନୂତନ ଏନ୍‌ଏସି ଘୋଷଣା ହୋଇଥିଲା । ହେଲେ ଏଥିରେ ବଙ୍ଗୋମୁଣ୍ଡା ନାଁ ନାହିଁ । ଯାହାକି ଅଞ୍ଚଳବାସୀ ନିରାଶ କରିଛି । ଶେଷରେ ବାଧ୍ୟ ହୋଇ ପଞ୍ଚାୟତବାସୀ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି ।ଏହି ବନ୍ଦ ଡାକରା ଲାଗି ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯୋଗୁ ସ୍କୁଲ-କଲେଜ ଏବଂ ଜରୁରୀକାଳୀନ କାର୍ଯ୍ୟକୁ ଏହି ବନ୍ଦରୁ ବାଦ୍‌ ଦିଆଯାଇଛି । ସେପଟେ ଶାନ୍ତିଶୃଙ୍ଖଳା ପାଇଁ ଛକ ଛକରେ ପୋଲିସ ମୁତୟନ ହୋଇଛି ।

ଯଦି ଆଗାମୀ ଦିନରେ ସରକାର ଏହି ଦାବି ପୂରଣ ନହେଲେ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ବନ୍ଦ ଯୋଗୁ ଦୋକାନ ବଜାର, ଅଖଚକ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି। ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁରହିଥିବାରୁ ଶିକ୍ଷ୍ୟାନୁଷ୍ଠାନକୁ ବି ବାଦ ଦିଆଯାଇଛି। ଏହି ବନ୍ଦକୁ ସମର୍ଥନ କରିଛନ୍ତି ବଙ୍ଗୋମୁଣ୍ଡାର ସମସ୍ତ ସଂଗଠନ l ରାଜ୍ୟ ସରକାରଙ୍କ ନୂତନ ଏନଏସି ଘୋଷଣା ତାଲିକାରୁ ବଙ୍ଗୋମୁଣ୍ଡା ବାଦ ପଡିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାରି ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି।ସେହିପରି NAC ଘୋଷଣା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସୁବଳୟାରେ ଦୋକାନ ବଜାର, ସରକାରୀଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି।

Leave A Reply

Your email address will not be published.