୬୪ତମ ବାର୍ଷିକ କ୍ରୀଡା ଓ ଝୁମର ମେଲୋଡି- ୨୦୨୪ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୬୪ତମ ବାର୍ଷିକ କ୍ରୀଡା ଓ ଝୁମର ମେଲୋଡି- ୨୦୨୪ ଅନୁଷ୍ଠିତ | ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଅଧିନସ୍ତ ବୁଧିଆକୁଦର ଗ୍ରାମର ନେହେରୁ ଯୁବକ ସଂଘ ଆନୁକୂଲ୍ୟରେ ୬୪ତମ ବାର୍ଷିକ କ୍ରୀଡା ଓ ଝୁମର ମେଲୋଡି ଅନୁଷ୍ଠିତ ହୋଇଯାଇଛି | ଏଥିରେ ବୟସ୍କ ମାନଙ୍କ ୧୫୦୦ମି ଦୌଡ, ବାଳକମାନଙ୍କ ୮୦୦ମି ଦୌଡ, ଶିଶୁ ବାଳକମାନଙ୍କ ୪୦୦ମି ଦୌଡ, ୨୦୦ମି ଦୌଡ, ବାଳିକାମାନଙ୍କ ୪୦୦ମି ଦୌଡ, ମ୍ୟୁଜିକ ଏଣ୍ଡ ଚେୟାର, ୨୦୦ମି ଦୌଡ ଓ ମହିଳାମାନଙ୍କ ଚପଲ ଚୋରୀ ଓ କୁଳି ଗୋଟେଇବା ହେବା ପରେ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ହୋଇଥିଲା |

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାରସକଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ନବଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ପୂର୍ବ ମୟୂରଭଞ୍ଜ ଏସଟି ମୋର୍ଚ୍ଚା ଶ୍ରୀଯୁକ୍ତ ଲଖେଶ୍ବର ନାୟକ, ନିମନ୍ତ୍ରିତ ଅତିଥି ରୂପେ ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୂରଭଞ୍ଜ ସାଧାରଣ ସଂପାଦକ ସରୋଜ କୁମାର ମହାନ୍ତ, ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଆଲୋକ ରଂଜନ ମହାନ୍ତ, କୃଷକ ମୋର୍ଚ୍ଚା ଖନ୍ତ ମଣ୍ଡଳ, ବିଜାତଳା ସଭାପତି ମହେଶ୍ବର ମହାନ୍ତ, ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ଜଗନ୍ନାଥ ମହାନ୍ତ ଓ ତିରିଙ୍ଗ ବ୍ଲକ ସଭାପତି ପରମେଶ୍ବର ସାମାଡ ପ୍ରମୁଖ ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ କ୍ରୀଡାର ଉତ୍ତରତ୍ତୋର ଉନ୍ନତି କାମନା କରିବା ସହିତ ଉକ୍ତ କ୍ରୀଡାରେ ଯୋଗ ଦେଇଥିବା ପ୍ରତିଯୋଗୀମାନଙ୍କୁ ସାଧୁବାଦ ଜଣାଇଥିଲେ |

ପୁରସ୍କାର ବିତରଣୀ ପର୍ବରେ ଅତିଥିଗଣ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ | ଏହା ପରେ କମିଟୀ ପକ୍ଷରୁ ରଙ୍ଗାରଙ୍ଗ ଝୁମର ମେଲୋଡି ଅନୁଷ୍ଠିତ ହୋଇଥିଲା | ଏହି କ୍ରୀଡା ଓ ଝୁମର ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକମାନଙ୍କର ପ୍ରବଳ ଜନଗହଳି ଦେଖାଯାଇଥିଲା | ନେହେରୁ ଯୁବକ ସଂଘ ର ସଭାପତି ପ୍ରବିର କୁମାର ମହାନ୍ତ, ଉପସଭାପତି ଶୁଶାନ୍ତ କୁମାର ମହାନ୍ତ, ସଂପାଦକ ଗଗନ ମହାନ୍ତ, ସହସଂପାଦକ ଦୁଖିରାମ ମହାନ୍ତ, କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତ, ସହକୋଷାଧ୍ୟକ୍ଷ ନନ୍ଦ କିଶୋର ମହାନ୍ତ,କାର୍ଯ୍ୟକାରୀ ସଦସ୍ୟଗଣ ଦୀପକ, ନରେଶ, ଅମୁଲ୍ୟ, ସଂଜୀବ, ସରୋଜ,ସୁରଜ,ଗୌରବ ଓ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.