ଶଗଡପଟା ରାସ୍ତାର ପ୍ରଶସ୍ଥି କରଣ ସହ ଦୁଇଟି ପୋଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶଗଡପଟା ରାସ୍ତାର ପ୍ରଶସ୍ଥି କରଣ ସହ ଦୁଇଟି ପୋଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଘଷିପୁରା ବିଧାୟକ | କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଗୋହିରା ଛକ ଠାରୁ ଶଗଡପଟା ପର୍ଯ୍ଯନ୍ତ ଦୀର୍ଘ ୨୨ କିଲୋମିଟର ରାସ୍ତାର ପ୍ରଶସ୍ତି କରଣ ସହ ସେଣ୍ଢେଇ ନଦୀର କଣ୍ଟାରୋହୀ ଏବଂ କୋଳିମାଟି ପଞ୍ଚାୟତ କୁମୁଡ ଠାରେ ନୂତନ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି |

ମାନ୍ଯବର ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର। ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ୨୫ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ଯୟ ଅଟକଳ କରାଯାଇ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ଏବଂ ସେତୁ କାର୍ଯ୍ଯ ଯଥା ଶିଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି। ରାସ୍ତା ପ୍ରଶସ୍ତି କରଣ ହେଲେ ୨୦ ନମ୍ବର ରାଜପଥ ଗୋହିରା ଠାରୁ ହରିଚନ୍ଦନପୁର ବ୍ଲକ ଶଗଡପଟା ଅଞ୍ଚଳକୁ ଅନାୟସରେ ଯାତାୟତ କରି ହେବାସହ ଆମ ଅଞ୍ଚଳ ପାଇଁ ଏକ ମାଇଲ ଖୁଣ୍ଟ ବୋଲି ବିଧାୟକ କହିଥିଲେ।

ସେହିପରୀ କଣ୍ଟାରୋହୀ ସେଣ୍ଢେଈ ନାଳ ଉପରେ ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବିତ ନୂତନ ପୋଲ ଏବଂ କୋଳିମାଟି କୁମୁଡ ଠାରେ ପୋଲ ନିର୍ମାଣ ହେଲେ ସ୍ଥାନିୟ ଲୋକେ ଗମନା ଗମନ କ୍ଷେତ୍ରରେ ଅଧିକ ଉପକୃତ ହୋଇପାରିବେ।

Leave A Reply

Your email address will not be published.