ପୁଣି ଆସୁଛି ଲଘୁଚାର, ଉପକୂଳ ଓ ପଶ୍ଚିମ ବର୍ଷିବା ସମ୍ଭାବନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଓଡ଼ିଶା ମୁହାଁ ହେଉଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଏହାର ପ୍ରଭାବରେ ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁ ।

ସେହିପରି ଆସନ୍ନ ଲଘୁଚାପ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଇଏମ୍‌ଡି ଆକଳନ ଅନୁଯାୟୀ, ୨୫ ଓ ୨୬ ତାରିଖରେ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ବର୍ଷା ହେବାର ଥିବାରୁ ୩୧ ତାରିଖରେ ବି ବର୍ଷା ସମ୍ଭାବନା ଅରହିଛି।

Leave A Reply

Your email address will not be published.