ଚାନ୍ଦିପୁର ITR ହନି ଟ୍ରାପ ମାମଲା: ବାବୁରାମର ଆର୍ଥିକ କାରବାର ନେଇ ହେବ ତଦନ୍ତ, ମୋବାଇଲରୁ ମିଳିଛି ଅଶ୍ଲୀଳ ଭିଡିଓ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚାନ୍ଦିପୁର ହନି ଟ୍ରାପ ମାମଲା। ବାବୁରାମକୁ ଆଜଠାରୁ ୪ ଦିନ ରିମାଣ୍ଡ ରେ ଆଣି ପଚରା ଉଚୁରା କରୁଛି ବାଲେଶ୍ୱର ପୋଲିସ। ଆଜି ବାବୁରାମ ର ଆର୍ଥିକ କାରବାର ନେଇ ହେବ ତଦନ୍ତ।  ପାକିସ୍ତାନୀ ସୁନ୍ଦରୀ ଠାରୁ ତଥ୍ୟ ଦେବାକୁ କେତେ ଟଙ୍କା ଆସିଛି ହେବ ଖୋଳତାଡ଼। ବାବୁରାମ ମୋବାଇଲରୁ whatsapp ତଥ୍ୟ ପାଇଛି ପୋଲିସ।  ଏପରିକି ଅଶ୍ଳୀଳ ଭିଡିଓ ମଧ୍ୟ୍ୟ ମିଳିଛି। ଏକ ବର୍ଷରେ କେତେ ଟଙ୍କା ବାବୁରାମ ଆକାଉଣ୍ଟକୁ ଆସିଛି ତାର ତଦନ୍ତ କରିବ ପୋଲିସ।  ତାର ପରିବାର ଲୋକଙ୍କ ଆର୍ଥିକ କାରବାର ମଧ୍ୟ ହେବ ଯାଞ୍ଜ।

ଚାନ୍ଦିପୁର ITR ର ସିନିଅର ଟେକନିକାଲ ଅଧିକାରୀ ବାବୁରାମ ଦେଙ୍କୁ ରିମାଣ୍ଡରେ ଆଣି ଚାଲିଛି ପଚରା ଉଚୁରା। କିଭଳି ସେ ହନି ଟ୍ରାପରେ ଫସିଲେ ତାର ଖୋଳତାଡ଼ କରୁଛି ବାଲେଶ୍ୱର ପୋଲିସ। ବାବୁରାମ ମୋବାଇଲରୁ ମିଳିଥିବା ତଥ୍ୟ ଅନୁଯାୟୀ ଚାଲିଛି ତଦନ୍ତ। ବାବୁରାମର ଚାଲିଛି ଆର୍ଥିକ କରବାରର ତଦନ୍ତ। ଏକ ବର୍ଷ ମଧ୍ୟ ରେ କେତେ ଟଙ୍କା ଆସିଛି ତାର ଖୋଳତାଡ଼ ହେଉଛି।  ଗତ ୭ ଵର୍ଷ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ଏଭଳି ଘଟଣା ହେଉଥିଲେ ମଧ୍ୟ ଏହାକୁ ରୋକଯାଇପାରୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ପୋଲିସ ଡିଜି।

DRDO ତଥ୍ୟ ଲିଙ୍କ ବାରମ୍ବାର ହେଉଥିବାରୁ ଅଫିସର କର୍ମଚାରୀଙ୍କୁ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି।  ଏହା ସହ ପ୍ରତି ବର୍ଷକରେ ଥରେ ଅଫିସରେ ମାନଙ୍କର ମାନସିକ ଅବସ୍ଥା ଠିକ ଅଛି କି ନାହିଁ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ।  କଠୋର ଆଇନ ନକରାଜଇ ସେମାନଙ୍କ ପାଇଁ ନରମ ମନୋଭାବ ପୋଷଣ କରିବାର ଆବଶ୍ୟକତା ରହିଛି। ଯଦି କେହି ବ୍ଲାକ ମେଲିଂ କରୁଛନ୍ତି ତେବେ ବ୍ଲାକମେଲିଂର ଶିକାର ନହୋଇ ଉପରିସ୍ଥ ଅଧିକାରୀ, ପରିବାର ଓ ସାଙ୍ଗସାଥି ମାନଙ୍କୁ ଜଣାଇବା ନିହାତି ଆବଶ୍ୟକ। ITR ଚାନ୍ଦିପୁର ମିସାଇଲ ପରୀକ୍ଷଣ ଓ ରିସର୍ଚ୍ଚ ଉପରେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ବାହାରକୁ ଯାଉଛି। ହନି ଟ୍ରାପ କରି ଅନାୟାସରେ ହାତେଉଛନ୍ତି ଗୁପ୍ତ ତଥ୍ୟ।

Leave A Reply

Your email address will not be published.