ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ସୁନା ଝିଅ !

0

ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି | ଆମେ କହୁଛୁ ଜୀ-ସାର୍ଥକ ର ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ କଥା ଯାହା ଏବେ ଜୀ-ସାର୍ଥକ ଚାନେଲ୍ ରେ ସୋମ ରୁ ଶନି ସନ୍ଧ୍ୟା ୭ଟା ୩୦ରେ ପ୍ରସାରିତ ହୋଇ ଟେଲି ଦୁନିଆରେ ଧମାଲ କରୁଛି | ସଫଳତାର ସହ ୨୪୩ ତମ ଏପିସୋଡ ରେ ପହଞ୍ଚିଛି ଏହି ମେଗା ଧାରାବାହିକ | ଓଡିଆ ମନୋରଂଜନ କ୍ଷେତ୍ରରେ ସବୁବେଳେ ଆଗୁଆ ଜୀ-ସାର୍ଥକ ର ‘ସୁନା ଝିଅ’କୁ ସବୁବେଳେ ନମ୍ବର ୱାନ୍ କରୁଥିବାରୁ ଓଡ଼ିଶା ତଥା ରାଜ୍ୟ ବାହାରରର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ |
‘ସୁନା ଝିଅ’ ହେଉଛି ଆମ ଓଡିଆ ଘରର ଏକ ନିଛକ କାହାଣୀ । ସୁନା ଝିଅ ହେଉଛି ପ୍ରିୟା, ଜଣେ ସ୍ବାଧୀନ ଝିଅର କାହାଣୀ, ଯାହାର ଇଚ୍ଛା ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ | ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହା ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିଛି । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ । ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ । ପ୍ରକୃତରେ ଝିଅଟି ‘ସୁନା ଝିଅ’ ହୋଇପାରୁଛି କି ନାହିଁ ଓ ନିଜର ସ୍ବପ୍ନ ସବୁ ପୂରଣ କରିପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିଛି |

ତେବେ କାହାଣୀ ଏତିକିରେ ସାରିଯାଇନି | କାହାଣୀରେ ରହିଛି ପ୍ରେମ, ବନ୍ଧୁତା ଓ ବଳିଦାନ | ତେବେ କାହାର ପ୍ରେମ, କାହାର ବନ୍ଧୁତା ଓ କାହାର ବଳିଦାନ ଦେଖିବା ଏହି ସୁପରହିଟ ପାରିବାରିକ ଓ ଓଡ଼ିଶାର ନମ୍ବର ୱାନ୍ ମେଗା ଧାରାବାହିକରେ | ଧାରାବାହିକ ରେ ପ୍ରମୁଖ ଭୂମିକାରେ ଚନ୍ଦନ,ଅର୍ପିତା,ଏଲି,ମାନସ,ଅଙ୍କିତା,ପ୍ରେମ,ଅମର,ଅନନ୍ଦିତା,ମାମାଲି। ସଂଳାପ ରଚନା କରିଛନ୍ତି ଶ୍ରୀହର୍ଷ କର,ନିର୍ଦ୍ଦେଶନା ଦେଉଛନ୍ତି ଗୈ।ରୀଶଙ୍କର ଦାସ ଓ ପ୍ରଯୋଜନା କରିଛନ୍ତି ରୋହିତ ଗାନ୍ଧୀ।

Leave A Reply

Your email address will not be published.