ନକ୍ସଲ ବିରୋଧି ଅଭିଯାନରେ ଛତିଶଗଡ ପୋଲିସକୁ ବଡ ସଫଳତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନକ୍ସଲ ବିରୋଧି ଅଭିଯାନରେ ଛତିଶଗଡ ପୋଲିସକୁ ବଡ ସଫଳତା । ନିର୍ବାଚନ ପୂର୍ବରୁ ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଆନ୍ଧ୍ର ପ୍ରଦେଶ ଓଡିଶା ସୀମା ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଛି। କାଲିମେଳା ଥାନା ଅନ୍ତର୍ଗତ ଦୟାଲତୁଙ୍ଗ ଜଙ୍ଗଲରୁ ପୁଲିସ୍‌ ଏହି ବିସ୍ଫୋରକ ଜବତ କରିଛି।

ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୧୨ ଟି ଲ୍ଯାଣ୍ଡମାଇନ୍, ୧୯୦ ଟି ଜିଲଟିନ୍ ଷ୍ଟିକ ରହିଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଏନକାଉଣ୍ଟରରେ 10 ଜଣ ନକ୍ସଲ ନିହତ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ପୋଲିସ ପକ୍ଷରୁ ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଡିଆଇଜି ଓ ଏସପି ଏହି ଆଣ୍ଟି ନକ୍ସଲ ଅପରେସନ ଉପରେ ନଜର ରଖିଛନ୍ତି । କୁମ୍ବିଂ ବେଳେ ଡିଭିଏଫ ଯବାନଙ୍କ ଦ୍ବାରା ଏହି ବିସ୍ଫୋରକ ଜବତ କରାଯାଇଛି। ଗୁଇନ୍ଦା ଗୁପ୍ତ ସୂଚନା ଆଧାରରେ ପୁଲିସ୍ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।

ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ଡିଆରଜି (DRG), ସିଆରଫିଏଫ (CRPF)ର କୋବ୍ରା ବାଟାଲିୟନ ଓ ବସ୍ତର ଫାଇଟର୍ସ, ବସ୍ତାରିୟା ବାଟାଲିୟନ ଓ ସିଆରପିଏଫ ଯବାନମାନଙ୍କର ଏକ ମିଳିତ ଟିମ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବିଜାପୁର କୋରଚୋଲି ଓ ଲଣ୍ଡ୍ରା ଜଙ୍ଗଲରେ ନକ୍ସଲ ବିରୋଧି ଅଭିଯାନ ଆରମ୍ଭ କରିଥିଲେ । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ଗଙ୍ଗାଲୁର ଏରିଆ କମିଟି ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଥିଲେ ।

Leave A Reply

Your email address will not be published.