ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା ।  ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ସେ ଆଜି ବିଜେଡିରେ ମିଶିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ପ୍ରକାଶ। ପୂର୍ବତନ ବିଧାୟକ ପ୍ରକାଶ ବେହେରା କଟକ ସଦର ବିଜେପି ସଭାପତି ଥିଲେ । ୨୦୧୪ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ । ଏହାପରେ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ହେଲେ ୨୦୧୯ରେ ବିଜେପି ଟିକେଟରୁ ପରାଜୟ ବରଣ କରିଥିଲେ ପ୍ରକାଶ ବେହେରା । ହେଲେ ଆଜି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ, ସୁଦାମ ମାରାଣ୍ଡି, ବିଧାୟକ ରଘୁନନ୍ଦନ ଦାସ, ବର୍ଷା ସିଂ ବରିହାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ପ୍ରକାଶଙ୍କ ସହ ୧୩ଜଣ ସରପଞ୍ଚ ଏବଂ ଶତାଧିକ ସମର୍ଥକ ମଧ୍ୟ ଆସି ବିଧିବଦ୍ଧ ବିଜେଡିରେ ଯୋଗଦେଇଛନ୍ତି ।

ଦଳକୁ ଆଗକୁ ନେବା ସହିତ ବିଶ୍ୱସ୍ତ ହୋଇ ରହିବା ପାଇଁ ଚେଷ୍ଟା କରିଥିଲି। କିନ୍ତୁ ମୁଁ ଦଳ ସହ ଆଡଜଷ୍ଟ୍ କରି ପାରିଲିନି। ଏଥିପାଇଁ ମୁଁ ଅସନ୍ତୁଷ୍ଟ ଥିଲି। ଏ ନେଇ ମୁଁ ଦଳରେ ଦାୟିତ୍ୱରେ ଥିବା ନେତାମାନଙ୍କ ସହିତ ଆଲୋଚନା କରିଥିଲି। ମୁଁ ଚାହୁଁଥିଲି ଯେଉଁମାନେ ସଂଗଠନ ଦାୟିତ୍ୱରେ ଅଛନ୍ତି, ସେମାନଙ୍କୁ ଉପଯୁକ୍ତ ପ୍ରାଧାନ୍ୟ ଦିଆଯିବା ଦରକାର। ଯେଉଁଭଳି ଢଙ୍ଗରେ ମୁଁ ସଂଗଠନକୁ ଆଗକୁ ନେବାକୁ ଚାହୁଁଥିଲି, ତାହା ହୋଇପାରିଲା ନାହିଁ। ଯେଉଁ ସ୍ତରକୁ ମୁଁ ସଂଗଠନକୁ ନେବାକୁ ଚାହୁଁଥିଲି, ତାହା କରିପାରିଲି ନାହିଁ। ସେଥିପାଇଁ ମୁଁ ନିଜକୁ ଦାୟୀ କରିଥିଲି। ତେଣୁ ବହୁ ଚିନ୍ତା କରିବା ପରେ ମୁଁ ଦଳ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲି।

ସେଅ ଆହୁରି କହିଥିଲେ- ମୁଁ ଦଳୀୟ ନେତୃତ୍ୱ ବିରୋଧରେ କହିବି ନାହିଁ। ଟିକେଟ୍ ପାଇବା ନେଇ କୌଣସି ସମସ୍ୟା ନଥିଲା। ମୋତେ ଏଥର ଦଳ ତରଫରୁ ଟିକେଟ ମିଳି ନଥା’ନ୍ତା ବୋଲି ଯେଉଁ ଆଲୋଚନା ହେଉଛି, ସେଥିରେ ସତ୍ୟତା ନାହିଁ। ଦଳ ସହିତ ମୋର ବିଚାରଗତ ସମସ୍ୟା ରହିଲା। ମୁଁ ଦଳରେ ନିଜକୁ ଆଡଜଷ୍ଟ କରିପାରିଲି ନାହିଁ। ଦଳ ଭିତରେ କେତେ ଜଣଙ୍କ ସହିତ ମୋର ବୁଝାମଣା ଠିକ୍ ରହିଲା ନାହିଁ।

Leave A Reply

Your email address will not be published.