ପିଇଓ ଭାଗବତ ବିଶ୍ୱାଳକୁ ଘେରିଲେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଂଚାୟତର ୱାର୍ଡ ସଭ୍ୟଙ୍କର ୨ ମାସର ସିଟିଙ୍ଗ ଫି ବାବଦର ଟଙ୍କା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦାନ ନ କରିବାରୁ | ପିଇଓ ଭାଗବତ ବିଶ୍ୱାଳକୁ ଘେରିଲେ ୱାର୍ଡ ସଭ୍ୟସଭ୍ୟା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଂଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ବିଶ୍ୱାଳ ଦୀର୍ଘଦିନ ହେବ କାର୍ଯ୍ୟ କରି ଆସୁଛନ୍ତି |

ଗତ ୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟ ଓ ସେପ୍ଟେମ୍ୱର ମାସରେ ସରପଞ୍ଚ ମାନେ ଷ୍ଟ୍ରାଇକରେ ଥିବାରୁ ଦୁଇ ମାସ ପଞ୍ଚାୟତର କୈ।ଣସି ମିଟିଂ ହୋଇପାରି ନଥିଲା। ଉକ୍ତ ଦୁଇ ମାସରେ ୧୯ ଜଣ ୱାର୍ଡ ସଭ୍ୟଙ୍କର ସିଟିଙ୍ଗ ଫି ବାବଦକୁ ପ୍ରାପ୍ୟ ୨୪୦ଟଙ୍କା କରି ୪୮୦ ଟଙ୍କା ଲେଖାଏଁ ପ୍ରଦାନ ନ କରିବାରୁ ଉତ୍ତକ୍ଷିପ୍ତ ହୋଇ ପଂଚାୟତର ୱାର୍ଡ ସଭ୍ୟସଭ୍ୟା ପିଇଓ ଭାଗବତ ବିଶ୍ୱାଳଂକୁ ଅଟକ ରଖିଥିବା ବେଳେ ଉତେଜନା ଦେଖାଦେଇଥିଲା।

ୱାର୍ଡ ସଭ୍ୟସଭ୍ୟା ତାଙ୍କର ସିଟିଙ୍ଗ ଫି ବାବଦକୁ ଟଙ୍କା ନେବାକୁ ଅଡ଼ିବସିଥିଲା ବେଳେ ମିଟିଂ ହୋଇ ନ ଥିବାରୁ ଟଙ୍କା ପ୍ରଦାନ କରାଯିବ ନାହିଁ ବୋଲି ପିଇଓ କହିଛନ୍ତି !ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି | ତେବେ ଶେଷ ମୁହୁର୍ତ୍ତ ରେ ସରପଞ୍ଚ ପହଞ୍ଚି ଓ୍ବାଡମେମ୍ବର ମାନଙ୍କ ସହ ଆଲୋଚନା ପରେ ଉତେଜନା କରିଥିଲା।

Leave A Reply

Your email address will not be published.