ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନବୀନଙ୍କ ନିବେଦନ

0

କରୋନା ଭାଇରସ୍ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି l ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ମଧ୍ୟ ବୃଦ୍ଧି ଘଟିବା ସହ ଓଡିଶାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି l କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି l

ଆଜି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନବୀନ କରୋନା ବିରୋଧି ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି l ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି l cmrfodisha. gov.in ରେ ଦାନ କରିବାକୁ ନିବେଦନ କରିଛନ୍ତି l ଏସ୍ ବି ଆଇ, ଏଚ୍ ଡି ଏଫ୍ ସି ଏବଂ ଆଇସି ଆଇ ସି ଆଇ ବ୍ୟାଙ୍କ୍ ର ଆକଉଣ୍ଟ ନମ୍ଵର୍ ଓ ଆଇ ଏଫ୍ ସି କୋଡ଼ ମଧ୍ୟ ଜାରି କରାଯାଇଛି l ଗୁଗଲ ପେ, ପେଟିଏମ ସହ ଅନ୍ୟାନ୍ୟ ଅନଲାଇନ୍ ପେମେଣ୍ଟ ଆପ୍ ଜରିଆରେ ଦାନ କରିପାରିବେ l ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ବିପକ୍ଷ ଲଢେଇ କରିବାକୁ ଆହ୍ଵାନ ଦେବାକୁ ଯାଇ କହିଛନ୍ତି କରୋନା ବିରୋଧି ଲଢେଇ ଦୀର୍ଘ ଦିନ ଧରି ଚାଲିବ ତେଣୁ କ୍ଲାନ୍ତ ହୁଅନ୍ତୁ ନାହିଁ କି ପରାସ୍ତ ହୁଅନ୍ତୁ ନାହିଁ l

Leave A Reply

Your email address will not be published.